ସ୍ୱାଧୀନତା ଦିବସ ଅବସରରେ ମୋଦିଙ୍କ ବଡ଼ ବାର୍ତ୍ତା

ଆଜି ଭାରତ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି । ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆତଙ୍କବାଦୀଙ୍କୁ ଜବାବ ଦେଇ ସେ କହିଛନ୍ତି ଯଦି ଶତ୍ରୁମାନେ ପୁନର୍ବାର ଆକ୍ରମଣ କରନ୍ତି, ତାହେଲେ ସେନା ଚୁପ ରହିବେ ନାହିଁ ଉଚିତ ଜବାବ ଦେବେ । ଏମିତି ଅନେକ ବାର୍ତ୍ତା ଦେଇଛନ୍ତି ନରେନ୍ଦ୍ରମୋଦି । ଏହି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା ହେଉଛି:

  • ଦେଶର ଯୁବକମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା ଆଜିଠୁ କାର୍ଯ୍ୟକାରୀ ହେବ। ଆଜିଠାରୁ ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ଆରମ୍ଭ ହେଉଛି । ଏହି ଯୋଜନାରେ, ଯେଉଁ ଯୁବକମାନେ ଘରୋଇ କ୍ଷେତ୍ରରେ ପ୍ରଥମେ ଚାକିରୀ ପାଇବେ ସେମାନଙ୍କୁ ସରକାର ୧୫,୦୦୦ ଟଙ୍କା ଦେବେ । ଏହା ସହ ଏହି ଯୋଜନାରେ ପ୍ରାୟ ୩.୫ କୋଟି ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ହେବ ।
  • ପରବର୍ତ୍ତୀ ପିଢ଼ିର GST ସଂସ୍କାର ଆଣୁଛୁ । ଏହା ଦୀପାବଳିରେ ଆପଣଙ୍କ ପାଇଁ ଏକ ବହୁତ ବଡ଼ ଉପହାର ହେବ । ଏଥିରେ ସାଧାରଣ ଲୋକଙ୍କ ଟିକସ ବହୁ ପରିମାଣରେ ହ୍ରାସ ପାଇବ । ଏହା ଦୈନନ୍ଦିନ ଜିନିଷଗୁଡ଼ିକୁ ଶସ୍ତା କରିବ ଏବଂ ଅର୍ଥନୀତିକୁ ମଧ୍ୟ ସାହାଯ୍ୟ କରିବ ।
  • ଦେଶ ପାଞ୍ଚ ବର୍ଷ ପୂର୍ବରୁ ୫୦ ପ୍ରତିଶତ ସ୍ୱଚ୍ଛ ଶକ୍ତିର ଲକ୍ଷ୍ୟ ରଖିଥିଲା । ଆମେ ୨୦୩୦ ପାଇଁ ଲକ୍ଷ୍ୟ ରଖିଥିଲୁ କିନ୍ତୁ ଏହା ୨୦୨୫ରେ ହିଁ ହୋଇଗଲା । ଯଦି ଇନ୍ଧନ ଆଣିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇନଥାନ୍ତା, ତେବେ ବିକାଶ ଅଧିକ ଶୀଘ୍ର ହୋଇଥାନ୍ତା ।
  • ୫୦-୬୦ ବର୍ଷ ପୂର୍ବେ, ସେମିକଣ୍ଡକ୍ଟରର ଧାରଣା ବନ୍ଦ ହୋଇଯାଇଥିଲା । ଏବେ ମିଶନ ମୋଡ୍ରେ କାମ କରିବା ଆରମ୍ଭ କରିଛି । ଅନେକ ନୂତନ ୟୁନିଟ୍ ପ୍ରତିଷ୍ଠା କରାଯାଉଛି । ଏହି ବର୍ଷ ଶେଷ ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ସ ବଜାରକୁ ଆସିବ । ଇନ୍ଧନ ଆମଦାନୀ କରିବାକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଦେଶରେ ସୌରଶକ୍ତି ୩୦ ଗୁଣା ବୃଦ୍ଧି ପାଇଛି ।
  • ଦେଶର ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ସହ କୌଣସି ସାଲିସ୍ ହେବ ନାହିଁ । ପଛୁଆ ଜିଲ୍ଲାକୁ ପ୍ରାଥମିକତା ଦେବାକୁ ହେବ ।
  • ସ୍ୱଚ୍ଛ ଶକ୍ତି ଦିଗରେ ଦ୍ରୁତ ଗତିରେ କାମ କରୁଛୁ । ଭାରତ ମିଶନ ଗ୍ରୀନ୍ ହାଇଡ୍ରୋଜେନରେ ହଜାର ହଜାର କୋଟି ଟଙ୍କା ନିବେଶ କରୁଛି । ଭାରତ ପରମାଣୁ ଶକ୍ତିରେ ଅନେକ ନୂତନ ରିଆକ୍ଟର ଉପରେ କାମ କରୁଛି । ପରମାଣୁ ଶକ୍ତି କ୍ଷମତାକୁ ୧୦ ଗୁଣରୁ ଅଧିକ ବୃଦ୍ଧି କରିବାକୁ ୨୦୪୭ ସୁଦ୍ଧା ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *