ପୁରୀ: ପୁରୀ ଜିଲ୍ଲା କଣାସରେ ଲକ୍ଷ୍ମୀ ବସ୍ ଭିତରେ ୭ ଯାତ୍ରୀଙ୍କୁ ନିର୍ମମ ଭାବେ ହାଣି ପକାଇଲା ଜଣେ ଯୁବକ । ପୁରୀ କଣାସରେ ଜଘନ୍ୟ କାଣ୍ଡ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍ରେ ଯାତ୍ରା କରୁଥିବାବେଳେ ୭ଜଣଙ୍କୁ ଅମାନୁଷିକ ଭାବେ ବସ୍ ଭିତରେ ପଶି ହାଣି ପକାଇଛି ଯୁବକ । ଖବର ପାଇ କଣାସ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ଲକ୍ଷ୍ମୀ ବସ୍ ପୁରୀ କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା । ହଠାତ୍ ବିନ୍ଧଣ ଛକ ନିକଟରେ ବସ୍ରେ ପଛ ସିଟ୍ରେ ବସିଥିବା ଯୁବକ ଜଣଙ୍କ ଆସି ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ତେବେ କେଉଁ ଉଦ୍ଦେଶ୍ୟରେ ଯୁବକ ଜଣଙ୍କ ଆକ୍ରମଣ କଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ । ସମସ୍ତ ଆହତଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କଣାସ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଲକ୍ଷ୍ମୀ ବସ ଭିତରେ ଆକ୍ରମଣ କଲେ ଦୁର୍ବୃତ୍ତ
