ଆଜି ବି ଠପ ମାଇକ୍ରୋସଫ୍ଟର ସର୍ଭର

ଆଜିବି ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ରହିଛି | ଲଗାତାର ଦ୍ବିତୀୟ ଦିନରେ ପହଁଞ୍ଚିଲା ମାଇକ୍ରୋସଫ୍ଟ ସର୍ଭର ଡାଉନ୍। ଏହାର ପ୍ରଭାବରେ ଏବେ ସାରା ବିଶ୍ୱରେ ଅନଲାଇନ୍ ସେବା ବାଧାପ୍ରାପ୍ତ ହୋଇଛି। ତେବେ ଧିରେ ଧିରେ ସୁଧୁରି ବାରେ ଲାଗିଛି ଅଚଳ ହୋଇପଡ଼ିଥିବା ୱିଣ୍ଡୋଜ୍ ଅପରେଟିଂ ବ୍ୟବସ୍ଥା। ଏଥିପାଇଁ ଆଉ କିଛି ସମୟ ଲାଗିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଦିଲ୍ଲୀ ଏବଂ ଚେନ୍ନାଇ ବିମାନ ବନ୍ଦରରେ ଯାତ୍ରୀ ମାନଙ୍କର ଲମ୍ବା ଲାଇନ ଲାଗିଛି। ବିଶ୍ବବ୍ୟାପୀ ଆଜି ମାଇକ୍ରୋସଫ୍ଟ ସେବାରେ ଦେଖାଦେଇଥିବା ବିଭ୍ରାଟର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଛି। ସାଇବରସିକ୍ୟୁରିଟି ସେବା ପ୍ରଦାନ କରୁଥିବା କମ୍ପାନି କ୍ରାଉଡଷ୍ଟ୍ରାଇକ୍‌ ସଫ୍ଟୱେର ଅପ୍‌ଡେଟ୍‌ କାରଣରୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ କାମ କରି ନଥିଲା। ଏଥିଯୋଗୁ ବିମାନ ସେବା ଠାରୁ ଆରମ୍ଭ କରି ବ୍ୟାଙ୍କ ଏବଂ ଖବର ପ୍ରସାରଣ, ଷ୍ଟକ୍‌ ମାର୍କେଟ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି | ଏଥିଯୋଗୁଁ ବିମାନସେବା କ୍ଷେତ୍ରରେ ବିମାନ ଚଳାଚଳ ଠାରୁ ଆରମ୍ଭ କରି ଯାତ୍ରୀଙ୍କ ଚେକ୍‌-ଇନ୍‌ ଏବଂ ବ୍ୟାଗ୍ ହ୍ୟାଣ୍ଡଲିଂ ସେବା ସର୍ବାଧିକ ବାଧାପ୍ରାପ୍ତ ହୋଇଛି।

ଏୟାରଲାଇନ୍ସ ଭଳି ବିମାନ ବନ୍ଦର ଏବଂ ଅନ୍ୟ ପରିବହନ ବ୍ୟବସ୍ଥା ମଧ୍ୟ ସମାନ ସ୍ଥିତି ଦେଇ ଗତି କରିଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁସବୁ ବିମାନକୁ ବାତିଲ କରଯାଇଛି ସେହିସବୁ ବିମାନର ଯାତ୍ରୀମାନଙ୍କୁ ବିମାନ ବନ୍ଦର ନଆସିବା ପାଇଁ ପରାମର୍ଶ ଦିଆଯାଇଛି। ଧୈର୍ଯ୍ୟ ରଖିବା ଏବଂ ସହଯୋଗ କରିବା ଲାଗି କମ୍ପାନି ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ପୁନଃ ବୁକିଂ କରିବା ସହ ରିଫଣ୍ଡ୍‌ ଲାଗି ଦାବି ଉପସ୍ଥାପନ ସୁବିଧାକୁ କମ୍ପାନି କିଛି ସମୟ ଲାଗି ବନ୍ଦ ରଖିଛି।

Leave a Reply

Your email address will not be published. Required fields are marked *