୪ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ପ୍ରେମୀ ଯୁଗଳ କରୁଥିଲେ ଚାଲାଣ । ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲାବେଳେ କଷ୍ଟମ ବିଭାଗ ପ୍ରେମୀଯୁଗଳଙ୍କୁ ଅଟକ ରଖିଛି । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପୂର୍ବରୁ ଏକାଧିକ ଥର ଏୟାରପୋର୍ଟରୁ ଜବତ ହୋଇଥିଲା ମାରିଜୁଆନା ।
ସେହିପରି ଗତକିଛି ଦିନ ତଳେ ଭୁବନେଶ୍ୱର ବିମାନବନ୍ଦରରୁ ୮ କେଜିର ମାରିଜୁଆନା ଜବତ କରିଥିଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ ।

Leave a Reply

Your email address will not be published. Required fields are marked *