ହିମାଚଳ ପ୍ରଦେଶ : ଦିନକୁ ଦିନ ବର୍ଷା ତାଣ୍ଡବ ରଚୁଛି । ହିମାଚଳର ରିଷି ଡୋଗରୀ ଘାଟିରେ ବର୍ଷା ଯୋଗୁଁ ହୋଜିସ ଲୁଙ୍ଗପା ନାଳରେ ବନ୍ୟା ଆସିଛି । ଏହି ବନ୍ୟା ଯୋଗୁଁ ଅନେକ ଲୋକ ଫସିଥିବା ରହିଥିବା ବେଳେ ଆଉ କେତେକ ଲୋକ ଆହତ ହୋଇଛନ୍ତି । ହିମାଚଳରେ ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ହେବା ନେଇ ପ୍ରଶାସନ ଆଲର୍ଟ ମୋଡରେ ଅଛି । ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଶିମଲା ଓ ଲାହୋଲ ଜିଲ୍ଲାରେ ଅନେକ ପୋଲ ଭାସିଯିବା ସହ ୩୨୫ ରାସ୍ତା ବନ୍ଦ ହୋଇ ପଡିଛି । ଏଥି ସହ ଗାନବୀ ଘାଟିରେ ହଠାତ୍ ବନ୍ୟା ଆସିବା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ଶିମଲାରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଦୋକାନ ମଧ୍ୟ୍ୟ କ୍ଷତିଗ୍ରସ୍ତ ହୋଇଛି । ଆଗକୁ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ୪ଟି ଜିଲ୍ଲା କାଙ୍ଗଡା, ମଣ୍ଡି, ଶିମଲା, ସିରମୋର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ବାଦଲଫଟା ବର୍ଷାରେ ବେହାଲ ହିମାଚଳ ପ୍ରଦେଶ
