ସ୍କୁବା ଡାଇଭିଂ କରୁଥିବା ସମୟରେ ଦୁର୍ଘଟଣା ଘଟି ଆସାମାର ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଛି । ସିଙ୍ଗାପୁରରେ ସ୍କୁବା ଡ୍ରାଇଭିଂ କରୁଥିଲେ ଆଉ ଅଚାନକ ଜୀବନ ଚାଲିଗଲା। ଶୁକ୍ରବାର ଦୁର୍ଘଟଣା ଘଟିବା ପରେ ସିଙ୍ଗାପୁର ପୋଲିସ ଜୁବିନଙ୍କୁ ସମୁଦ୍ରରୁ ବାହାର କରିଥିଲା । ତା ପରେ ଜୁବିନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସିଙ୍ଗାପୁରରେ ଏକ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ ପାଇଁ ଜୁବିନ୍ ସେଠାକୁ ଯାଇଥିଲେ। ବଙ୍ଗାଳୀ, ହିନ୍ଦୀ ସମେତ ୩୦ରୁ ଅଧିକ ଭାଷାରେ ଗୀତ ଗାଇ ଲୋକଙ୍କ ବେଶ ପସନ୍ଦ ପାଲଟିଯାଇଥିଲେ ଜୁବିନ୍ । ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।
ସ୍କୁବା ଡାଇଭିଂ କରୁଥିବା ବେଳେ ଅଚାନକ ଚାଲିଗଲା ଜୀବନ
