ଏ ଅଧିକାର ଆପଣଙ୍କୁ କିଏ ଦେଲା ?

ଭୁବନେଶ୍ୱର : ପୁଣି ଅଡୁଆରେ ଦିଦି। ଗତକାଲି ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ମାନଙ୍କର ବିରୋଧରେ ମନ୍ତବ୍ୟ ଦେବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମହଙ୍ଗା ପଡିଛି । ଓଡ଼ିଶା ସମ୍ପର୍କରେ ଦିଦି ଦେଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାପସନ୍ଦ କରିବା ସହ ଓଡ଼ିଶା ସଂପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବା ଲାଗି ତାଙ୍କୁ ଏ ଅଧିକାର କିଏ ଦେଲା ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ରାଜ୍ୟ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ହେବାସହିତ ଓଡିଶାବାସୀ ସମସ୍ତ କ୍ଷେତ୍ରରେ ଦାୟିତ୍ବବାନ ଓ ସଚେତନ ମଧ୍ୟ । ତେଣୁ ଆପଣଙ୍କର ଏଭଳି ନକରାତ୍ମକ ମନ୍ତବ୍ୟ ଅତ୍ୟନ୍ତ ସମ୍ବେଦନହୀନ। ଆମ ଓଡ଼ିଶାବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ’ । ସୂଚନା ଅନୁସାରେ ଗତକାଲି ଏକ ସଭାରେ ଦିଦି ବକ୍ତବ୍ୟ ଦେବା ସମୟରେ କହିଥିଲେ କି କେହି କେହି ମନେ କରୁଛନ୍ତି ଏଟା ବାଂଲାଦେଶ। କିନ୍ତୁ ସେମାନେ ମନେରଖିବା ଉଚିତ କି ଭାରତ ଏବଂ ବାଂଲାଦେଶ ସମ୍ପୂର୍ଣ ଭାବରେ ଅଲଗା ଅଲଗା ରାଷ୍ଟ୍ର। ଆପଣଙ୍କ ପାର୍ଟି ବିଜେପି ବେଙ୍ଗଲରେ ନିଆଁ ଲଗାଉଛି। କିନ୍ତୁ ମନେରଖିବେ ଯଦି ବେଙ୍ଗଲ ଜଳିବ, ତାହେଲେ ଆସାମ, ନର୍ଥଇଷ୍ଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଏଥିରେ ଜଳିବ । ଆଉ ଆପଣଙ୍କ ଚେୟାର ଟଳମଳ କରିଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ମହଲରେ ତୀବ୍ର ହୋଇଛି ମମତାଙ୍କ ବିରୋଧରେ ପ୍ରତିବାଦର ସ୍ବର ।

Leave a Reply

Your email address will not be published. Required fields are marked *