ବିହାର ସରିଲା ଏବେ ଖେଳ ହେବ ପଶ୍ଚିମବଙ୍ଗରେ । ଚଳିବନି ମମତା ଦିଦିଙ୍କ ଶାସନ । ନିପାତ ହେବ ମମତା ଦିଦିଙ୍କ ସାମ୍ରଜ୍ୟର । ଆରମ୍ଭ ହୋଇସାରିଛି ପ୍ଲାନିଙ୍ଗ । ଚକ୍ରବିହ୍ୟୋରେ ଫସିବେ ଦିଦି । ଦିଦିଙ୍କ କାମ ସଫା କରିବାର ସମୟ ଆସିଯାଇଛି । ଆଉ ଶପଥ ବି ନିଆସରିଛି । ଏବେ ହଟିବେ ଦିଦି ଆଉ ଫୁଟିବ ପଦ୍ମ । ପଶ୍ଚିମବଙ୍ଗରେ ପଦ୍ମର ହେବ ଜୟ । ଆପଣ ଭାବୁଥିବେ ଏ ମନ ଗଢଣ କଥା ଆମେ ଆପଣଙ୍କୁ କହୁଛୁ । କିନ୍ତୁ ଏ ସବୁ ଆମେ ଆପଣଙ୍କୁ କହୁ ନାହିଁ । ନିଜେ ପ୍ରଧାନମନ୍ତ୍ରୀ ଏହା ଗର୍ଜନ କରି କହୁଛନ୍ତି । ବିହାର ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ରହିଛି ପଶ୍ଚିମବଙ୍ଗ । ବିହାରରେ ତେଜସ୍ୱି ଯାଦବଙ୍କୁ ଧୂଳି ଚଟାଇବା ପରେ ଏବେ ପଶ୍ଚିମବଙ୍ଗରେ ମମତା ବନାର୍ଜୀଙ୍କ ପାଳି । ବିହାରରେ ବିଜେପିର ଜୟ ବିପକ୍ଷକୁ ପୁରା ଧ୍ୱସ୍ତ କରିଦେଇଛି । ଛାରକାର କରିଦେଇଛି ବିହାର ରାଜନୀତିକୁ । ତେଜସ୍ୱୀଙ୍କ ପରେ ଏବେ ମମତାଙ୍କ ପାଳି । ନିଶାନା କରିଛନ୍ତି ମୋଦୀ । ପଶ୍ଚିମବଙ୍ଗରେ ଫୁଟିବ ପଦ୍ମ । ବିହାରରେ ବିଜେପିର ବଡ଼ ସଫଳତା ପରେ ନିଜ ମୁହଁରେ ଏହି ଚ୍ୟାଲେଞ୍ଜ ଦେଇଛନ୍ତି ମୋଦି । ବିହାର ସଫଳତାର ସେଲିବ୍ରେସନ ବେଳେ ଖୁଲମଖୁଲା ମମତା ଦିଦିଙ୍କୁ ଦେଇଛନ୍ତି ଚ୍ୟାଲେଞ୍ଜ । କହିଛନ୍ତି ବିହାର ଦେଇ ଗଙ୍ଗା ମାଆ ବି ପଶ୍ଚିମବଙ୍ଗ ଯାଇଛନ୍ତି । ସେମିତି ବିଜେପି ବି ବିହାର ପରେ ପଶ୍ଚିମବଙ୍ଗକୁ ହାତେଇବ । ପଶ୍ଚିମବରରେ ହେବ ବିଜେପିର ସତ୍ତା । ଆଉ ଚଳିବନି ସେ ଏକଚାଟିଆ ଶାସନ । ଆଗକୁ ଆସୁଛି ପଶ୍ଚିମବଙ୍ଗ ଇଲେକସନ । ଏଥର ପଶ୍ଚିମବଙ୍ଗରେ ବି ହେବ ଡବଲ ଇଞିନ ସରକାର । ବିହାରର ସିଂଘ ମାର୍କା ବିଜୟ ପରେ ବିଜେପି ପାର୍ଟି ଅଫିସର ଚାଲିଥିଲା ଜୋରଦାର ସେଲିବ୍ରେସନ । ସେହି ସେଲିବ୍ରେସନରେ ନିଜ ମୁହଁ ଖୋଲିଛନ୍ତି ମୋଦୀ । ନିଜ ଭାଷଣରେ ଦିଦିଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । ପରେ ପଶ୍ଚିମବଙ୍ଗର ବିଜେପି ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବି ତାହା ପୋଷ୍ଟ ହୋଇଛି । ପୋଷ୍ଟରେ ଲେଖା ହୋଇଛି ନେକ୍ଟ ଫ୍ୱେଷ୍ଟ ବେଙ୍ଗଲ । ଅର୍ଥାତ୍ ବିହାର ପରେ ପଶ୍ଚିମବଙ୍ଗର ପାଳି । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ସହ ବିଜେପି ଅଫିସିଆଲ ଆକାଉଣ୍ଟର ପୋଷ୍ଟ ପୁଣି ରାଜନୀତିରେ ନୂଆ କାହାଣୀ ସୃଷ୍ଟି କରୁଛି । ଟିକେ ମାହୋଲ ଥଣ୍ଡା ନହେଉଣୁ ପୁଣି ସରଗରମ ହୋଇଛି ରାଜନୈତିକ ପରିସ୍ଥିତି । ପ୍ରଧାନମନ୍ତ୍ରୀଙ୍କ ଖୋଲା ଚେତାବନୀ ପରେ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ।
ଶେଷ ହେବ ମମତା ବାନାର୍ଜୀଙ୍କ ଶାସନ
