ଭୁବନେଶ୍ୱର: ରାଜ୍ୟରେ ପୁଣି ଅନିୟନ୍ତ୍ରଣ ହେଉଛି ମ୍ୟାଲେରିଆ । ଗତ ମାସରେ ରାୟଗଡ଼ା ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଗତ ସପ୍ତାହରେ ରାୟଗଡାରେ ଆଉ ଜଣେ ଛାତ୍ରଙ୍କ ମ୍ୟାଲେରିଆରେ ଜୀବନ ଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆଦିବାସୀ ଆବାସିକ ବିଦ୍ୟାଳୟରେ ୩ ଲକ୍ଷ ଔଷଧୀୟ ମଶାରୀ ବାଣ୍ଟିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ୯ ଜିଲ୍ଲାର ଆଦିବାସୀ ଆବାସିକ ବିଦ୍ୟାଳୟକୁ ୧୪ ହଜାର ମାଶାରୀ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏନେଇ ରାଜ୍ୟ ସରକାର ଓ ଏମ୍ସିଏସ୍ ଦ୍ୱାରା ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ୫୮ ଲକ୍ଷ ମଶାରୀ ବାଣ୍ଟିଛନ୍ତି । ରାଜ୍ୟରେ ୨୦୨୪ ମସିହାରେ ୬୮ ହଜାର ୬୯୩ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୫ ଜୁନ୍ ସୁଦ୍ଧା ୩୬ ହଜାର ୩୮୮ ରୋଗୀ ଚିହ୍ନଟ ହେଲେଣି । ଯେଉଁ ଭଳି ଭାବରେ ଚଳିତ ବର୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି, ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଗତବର୍ଷ ଅପେକ୍ଷା ବୃଦ୍ଧି ପାଇବ ବୋଲି ଆକଳନ କରା ଯାଉଛି । ।
