ରନୱେରୁ ଖସିଲା ବିମାନ, ହୁତୁହୁତୁ ହୋଇ ଜଳିଲା..

ନେପାଳରୁ ଆସିଲା ବଡ ଖବର | ନେପାଳରେ ଜଳିଗଲା ବିମାନ | ନେପାଳରେ ଉଡାଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ | ବର୍ତମାନର ଏହା ହେଉଛି ସବୁଠୁ ବଡ ଖବର | ନେପାଳର କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ବଡ ଅଘଟଣ | ୧୯ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା ବିମାନ | ଟେକଅଫ କରିବା ବେଳ ରନୱେ ରୁ ଖସିଗଲା ବିମାନ | ରନୱେରୁ ଖସିଯିବା ପରେ ବିମାନରେ ଲାଗିଲା ନିଆଁ | ଏହି ବିମାନ ଦୁର୍ଘଟଣାରେ ଅଧିକାଂଶ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି | କିନ୍ତୁ ଏହି ଦୁର୍ଘଟଣାରେ କେତେ ଯାତ୍ରୀ ମୃତ୍ୟୁ ବାରଣ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟୀକରଣ ହୋଇନାହିଁ |

Leave a Reply

Your email address will not be published. Required fields are marked *