ଗାଡିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ନୂଆ ପେଟ୍ରୋଲ ଓ ଡିଜେଲ ଦର। ଲାଗୁ ହେଲା ନୂଆ ପେଟ୍ରୋଲ ଓ ଡିଜେଲ ଦର । ଅଏଲ ମାର୍କେଟିଂ କମ୍ପାନିମାନେ ଏହି ଦର ଜାରି କରିଛନ୍ତି । ଏହି ଦର ପରିବର୍ତ୍ତନରେ ଭୂବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଆଜି ଭୂବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୦୬ ପଇସା ଓ ଡିଜେଲ ୯୪.୭୪ ପଇସା ରହିଛି । ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ରହିଛି । ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ଓ ଡିଜେଲ ଦର ୯୦ ଟଙ୍କା ୩ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୫ଟଙ୍କା ୪୧ ପଇସା ଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୦୨ ପଇସା ରହିଛି । ଚେନ୍ନାଇରେ ଲିଟର ପିଛା ୧୦୦ଟଙ୍କା ୮୦ପଇସା ପେଟ୍ରୋଲ ଦର ଓ ଡିଜେଲ ୯୨ ଟଙ୍କା ୩୪ ପଇସା ରହିଛି । ପ୍ରତ୍ୟେକ ଦିନ ସକାଳ ୬ଟାରେ ଏହି ଦର ପରିବର୍ତ୍ତନ ହୋଇଥାଏ ।
କମିଲା ପେଟ୍ରୋଲ ଓ ଡିଜେଲ ଦର
