ପୁଣି ଜୀବନ ଗଲା ନିଆଁରେ

ଭୁବନେଶ୍ୱର : ଦୀପ ନିଆଁରେ ମହିଳାଙ୍କ ମୃତ । ରାଜଧାନୀରେ ଜଳିଗଲେ ମହିଳା । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଝାରପଡ଼ା ଅଞ୍ଚଳରେ ଘଟିଛି ଏହି ଅଘଟଣ । ମୃତ ମହିଳା ଜଣକ ହେଲେ ଦାସଗୁପ୍ତା । ସେ ଜଣେ ହସ୍ତଶିଳ୍ପୀ । ସୂଚନା ଅନୁସାରେ ଦାସଗୁପ୍ତା ଗତକାଲି ସନ୍ଧ୍ୟାରେ ଦୀପ ନିଆଁରେ ଜଳି ଯାଇଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପ୍ରାୟ ୮୦ ପ୍ରତିଶତ ଶରୀର ଜଳି ଯାଇଛି । ହସ୍‌ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *