କେନ୍ଦୁଝର: କେନ୍ଦୁଝର କାଞ୍ଜିପାଣି ଘାଟିରେ ଲଗାଣ ବର୍ଷାଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ ହୋଇଛି । ପାହାଡ଼ରୁ ପଥର ଓ ଗଛ ଧସି ରାସ୍ତା ପୁରା ସମ୍ପୂର୍ଣ୍ଣ ଭାବରେ ଅବରୋଧ ହୋଇଛି। ଫଳରେ ଲୋକମାଙ୍କର ଯିବା ଆସିବାରେ ଅସୁବିଧା ହେବା ସହ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କେନ୍ଦୁଝର କାଞ୍ଜିପାଣିରୁ କୁଆଁର ଗାଁ ପର୍ଯ୍ୟନ୍ତ ଗାଡିର ଲମ୍ବା ଲାଇନ ଲାଗି ରହିଛି । ପଥର ଖସିଥିବା ସ୍ଥାନର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ସଂଖ୍ୟାରେ ଗାଡ଼ି । ରାସ୍ତାରୁ ପଥର ହଟାଇବାକୁ ଉଦ୍ୟମ ଚାଲିଛି ।
କାଞ୍ଜିପାଣି ଘାଟିରେ ଭୂସ୍ଖଳନ
