କୋଲକାତା : ଗିରଫ ହେଲେ କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ। ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହେବାପରେ ଅଧିକ ଖୋଳତାଡ଼ କରିବା ପାଇଁ ସିବିଆଇ ସନ୍ଦୀପକୁ ନିଜ ହେପାଜତକୁ ନେଇଛି। ମେଡିକାଲ କଲେଜରେ ଡାକ୍ତର ଅଭୟାଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ସେହି ଘଟଣାରେ ସନ୍ଦୀପଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲା। ସନ୍ଦୀପ ଘୋଷଙ୍କୁ ସରକାର ଅନ୍ୟତ୍ର ବଦଳି କରିବାପରେ ତାଙ୍କ ବିରୋଧରେ ମାମଲା ଆହୁରି ତେଜିଥିଲା। ତାଙ୍କ କଳା କାରନାମାର ସବୁ ଗୁମର ଖୋଲିଥିଲେ ପୂର୍ବତନ ଉପ ଅଧିକ୍ଷକ ଥିବା ଅଖତାର ଅଲ୍ଲୀ। ମେଡିକାଲ କଲେଜରେ ପାଠପଢା ସହିତ ଚାଲୁଥିଲା ସେକ୍ସ ରାକେଟ। ମୃତଦେହ ବିକ୍ରି, ଅଙ୍ଗ ଚାଲାଣ ସହ କଲେଜର ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ଏହାସହ ଅନେକ ଅନୈତିକ କାର୍ଯ୍ୟ ମଧ୍ୟ ଚାଲୁଥିଲା ଆଉ ଏସବୁ କଳା କାରନାମାର ପ୍ରଚ୍ଛଦପଟ ନାୟକ ଥିଲେ ସେତେବେଳର ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ। କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା। ଶେଷରେ ସନ୍ଦୀପ ଘୋଷକୁ ଗିରଫ କରିଛି ସିବିଆଇ ।
