କେନ୍ଦୁଝର: କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। ବହୁଦିନ ଧରି କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରେ ବେଆଇନ ଅର୍ଥ କାରବାର, ବେଆଇନ ନିଯୁକ୍ତି ଦିଆଯାଉଥିବା ଭଳି ଏକାଧିକ ସଂଗିନ ଅଭିଯୋଗ ହୋଇ ଆସୁଥିଲା। ପୂର୍ବ ବିଜୁ ଜନତା ଦଳର ସରକାର ସମୟରେ ଯାହା ଅଭିଯୋଗ ଆସିଲେ ମଧ୍ୟ ତତ୍କାଳିନ ନେତା ମନ୍ତ୍ରୀମାନଙ୍କୁ ହାତକରି ସବୁ ଅଭିଯୋଗକୁ ଫାଇଲ୍ ତଳେ ଚପାଇ ଦେବାରେ ସଫଳ ହେଉଥିଲେ । କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ। କିନ୍ତୁ ଏବେ ସରକାର ବଦଳିବାପରେ ଶୂନ୍ୟ ସହନଶୀଳତା ନିତି ଅବଲମ୍ବନ କରି ଦୁର୍ନିତି ଅଭିଯୋଗ ଆସିଥିବା ଫାଇଲକୁ ଖୋଲାଯାଇ ଗତ ଅଗଷ୍ଟ ମାସରେ ରାଜ୍ୟ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ ଏକ ତଦନ୍ତକାରି ଦଳ କେନ୍ଦୁଝର ଆସି ପାଖାପାଖି ତିନି ଦିନ ଧରି ତଦନ୍ତ କରି ଫେରିଥିଲେ । ତଦନ୍ତ ରିପୋର୍ଟ ସରକାରଙ୍କୁ ଦେବା ପରେ ଗତ ମାସ ଅର୍ଥାତ୍ ସେପ୍ଟେମ୍ବର ୨୨ତାରିଖରେ ସମବାୟ ସମିତି ଓଡିଶା ପକ୍ଷରୁ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା କମିଟିର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟ ମାନଙ୍କୁ ୧୪.୧୦.୨୦୨୫ ତାରିଖ ଦିନ ୧୧ଟା ୩୦ମିନିଟ୍ ସମୟରେ ସମବାୟ ସମିତି ଓଡିଶା ରେଜିଷ୍ଟରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ପକ୍ଷ ରଖିବାକୁ ଚିଠି ଯୋଗେ ଜଣାଇଥିବା ସୂଚନା ମିଳିଛି। ଚିଠିର ମେମୋ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଡେପୁଟି ରେଜିଷ୍ଟାର କୋପରେଟିଭ୍ ସୋସାଇଟି କେନ୍ଦୁଝର ଏବଂ ରାଜ୍ୟ ସରକାରଙ୍କ କୋପରେଟିଭ ଡିପାର୍ଟମେଣ୍ଟର ସ୍ପେଶାଲ ସେକ୍ରେଟାରୀଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।
