ନୂଆପଡା ଉପନିର୍ବାଚନ ପାଇଁ ଜୋରସୋର କମ୍ପୁଛି ପ୍ରଚାର ମୈଦାନ। ଲାଗିପଡ଼ିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ଗାଁ ଗାଁ ବୁଲି ଜୋର ସୋରରେ ପ୍ରଚାର କରୁଛନ୍ତି । ତାଙ୍କ ସହ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଲୋକଙ୍କ ପାଖକୁ ଯାଇ ଜୟ ଢୋଲକିଆଙ୍କ ପାଇଁ ସମର୍ଥନ ଲୋଡୁଛନ୍ତି । ଖରିଆର ରୋଡ଼ ସ୍ଥିତ ଏନ୍ ଏସି ୱାର୍ଡ ନମ୍ବର ୬ ର ରାଉତପଡା ଏବଂ ଏଲଡି ପଡ଼ାର ବିଭିନ୍ନ ଗଳି କନ୍ଦି ଏନ୍ ଏସି ର ଉପାଧ୍ୟକ୍ଷ ନିସାନ ଦାଗା ଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ମାନେ ଜୋର ସୋର ପ୍ରଚାର କରୁଛନ୍ତି ବିଜେପି ଦଳ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରାଜୁ ଢୋଲକିଆ ଆମ ଅଞ୍ଚଳ ଆମ ପାଇଁ ଯେମିତି ସେବା କରି ଆସୁଥିଲେ ସେମିତି ଆପଣ ମଧ୍ୟ ଆମ ସେବା କରିବେ ବୋଲି ଆମର ଆଶା ବିସ୍ୱାସ ରହିଛି ବୋଲି ନୂଆପଡ଼ାବାସୀ ଜୟଙ୍କ ପାଖରୁ ଆଶା ରଖି ଏପରି ମତ ରଖିଛନ୍ତି । ଅନ୍ୟ ପଟେ ବାପାଙ୍କ ନୀତି ଆଦର୍ଶ ଓ ସେବାକୁ ନେଇ ଜୟ ଢୋଲକିଆ ମଧ୍ୟ ଭୋଟରମାନଙ୍କୁ ବୁଝାଇ ଭୋଟ ପ୍ରଚାର କରିଥିଲେ । ପ୍ରଚାରରେ ଅଣ୍ଟା ଭିଡିଛନ୍ତି ଖରିଆର ରୋଡର ଏନଏସି ଅଧକ୍ଷା ସୋନିଆ ଅଗ୍ରୱାଲ ।
ଜୟଙ୍କ ପାଇଁ ପ୍ରଚାର କରୁଛନ୍ତି କନ୍ଧମାଳ ସାଂସଦ
