ଗୌହ୍ବାଟୀ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ

ଗୌହ୍ବାଟୀ: ଗୌହ୍ବାଟୀ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୪୦୮ ରନରେ ହାରିଲା ଦ୍ବିତୀୟ ଟେଷ୍ଟ । ଏହାସହ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ କ୍ଲିନ୍ ସ୍ବିପ୍ କଲା । କୋଲକାତାରେ ପ୍ରଥମ ଟେଷ୍ଟ ହାରିଥିଲା ଭାରତ । ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୮୯ ରନ୍ କରିଥିଲା । ଭାରତ କିନ୍ତୁ ପ୍ରଥମ ଇନିଂସରେ କରିଥିଲା ମାତ୍ର ୨୦୧ ରନ୍ । ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୨୬୦ ରନ ପରେ ଇନିଂସ ସମାପ୍ତି ଘୋଷଣା କରିଥିଲା । ଭାରତ ଆଗରେ ୫୪୯ ରନର ବିଶାଳ ଲକ୍ଷ୍ୟ ଥିଲା । ଟିମ ଇଣ୍ଡିଆ ୧୫୦ ରନ୍ ମଧ୍ୟ କରି ପାରିଲା ନାହିଁ । ୧୪୦ ରନରେ ଅଲଆଉଟ୍ ହେଲା ।

Leave a Reply

Your email address will not be published. Required fields are marked *