ଭାରତ ଏବଂ ପାକିସ୍ତାନ ଏବେ ଏସିଆ କପ୍ 2025 ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗ୍ରୁପ୍ ଏ ମ୍ୟାଚରେ ପାକିସ୍ତାନ ୪୧ ରନରେ ୟୁଏଇକୁ ପରାସ୍ତ କରିଛି। ବର୍ତ୍ତମାନ ଦୁଇ ଦଳ ସେପ୍ଟେମ୍ବର ୨୧ରେ ପରସ୍ପର ସହିତ ମୁହାଁମୁହିଁ ହେବେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ହ୍ୟାଣ୍ଡସେକ୍ ନୋ ଓ୍ଵାର’କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଦୁଇ ଦଳ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ରବିବାର ଦିନ ୨୦୨୫ ଏସିଆ ମ୍ୟାଚରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ। ମ୍ୟାଚଟି ଦୁବାଇରେ ଅନୁଷ୍ଠିତ ହେବ ଏବଂ ରାତି ୮ଟାରେ ଆରମ୍ଭ ହେବ। ଗ୍ରୁପ୍ A ମ୍ୟାଚ୍ରେ ପାକିସ୍ତାନ UAEକୁ 41 ରନ୍ରେ ପରାସ୍ତ କରିଛି। ଗତ ମ୍ୟାଚରେ ଖେଳାଳିମାନଙ୍କ ମଧ୍ୟରେ ହାତ ମିଳାଇବା ଘଟଣା ବିବାଦକୁ ଆହୁରି ତୀବ୍ର କରିଥିଲା,ଏବେ ସମସ୍ତଙ୍କ ନଜର ଏହା ଉପରେ ରହିବ ଯେ ଆମେ “ନୋ-ହ୍ୟାଣ୍ଡସେକ୍ ପାର୍ଟ-୨” ଦେଖିବୁ ନା ପରିବେଶ ସ୍ୱାଭାବିକ ରହିବ? ଏହାର ଅର୍ଥ କ’ଣ ଭାରତୀୟ ଅଧିନାୟକ ସୂର୍ଯ୍ୟ ଟସ୍ରେ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କୁ ଯେଉଁ ଷ୍ଟାଣ୍ଡ ଦେଖାଇଥିଲେ ତାହା ଏବେ ବି ରହିବ? ସେପ୍ଟେମ୍ବର 21ରେ ମ୍ୟାଚ୍ ଶେଷ ହେବା ପରେ ସୂର୍ଯ୍ୟ କ’ଣ ସଲମାନ ଆଗାଙ୍କ ସହ ହାତ ମିଳାଇବେ, ନା ଉଭୟ ଦେଶର ଖେଳାଳିମାନେ ହାତ ମିଳାଇବେ? ସେପ୍ଟେମ୍ବର 14ରେ ଅନୁଷ୍ଠିତ ମ୍ୟାଚ୍ ପରେ ପାକିସ୍ତାନ ଏସିଆ କପ୍ ରୁ ମ୍ୟାଚ୍ ମ୍ୟାନେଜର ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ଦାବି କରିଥିଲା। ପାକିସ୍ତାନ ୧୭ ସେପ୍ଟେମ୍ବରରେ ମ୍ୟାଚ୍ ପୂର୍ବରୁ ବହୁତ ନାଟକୀୟତା ପ୍ରଦର୍ଶନ କରିଥିଲା, କିନ୍ତୁ ଶେଷରେ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲା।

ପୁଣି ଥରେ ହାଇ-ଭୋଲଟେଜ୍ ମ୍ୟାଚ୍ ପାଇଁ ପ୍ରସ୍ତୁତି:-
ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଦୃଢ଼ ପ୍ରଦର୍ଶନ ସହିତ ସୁପର 4ରେ ପ୍ରବେଶ କରିଥିଲା। ଦୁବାଇରେ ହେବାକୁ ଥିବା ଏହି ମ୍ୟାଚକୁ ନେଇ ଉଭୟ ଦେଶର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେ ପ୍ରବଳ ଉତ୍ସାହ ଦେଖାଦେଇଛି।
ଏବେ ପ୍ରଶ୍ନ ହେଉଛି, କ’ଣ ହାତ ମିଳାଇବା ଜରୁରୀ?
ହାତ ମିଳାଇବା କ’ଣ ଜରୁରୀ? ICC ନିୟମ କ’ଣ କୁହେ? ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ନିୟମରେ କୌଣସି ସ୍ଥାନରେ ହାତ ମିଳାଇବା ବାଧ୍ୟତାମୂଳକ ନୁହେଁ। ଖେଳ ପୂର୍ବରୁ କିମ୍ବା ପରେ ଅମ୍ପାୟାର ଏବଂ ଖେଳାଳିମାନେ କେବଳ କ୍ରୀଡା ମନୋଭାବକୁ ମନେ ରଖି ହାତ ମିଳାନ୍ତି। କ୍ରିକେଟ ବ୍ୟତୀତ ଅନ୍ୟାନ୍ୟ ଖେଳରେ ଏହି ପରମ୍ପରା ଦେଖାଯାଏ। ଆଇସିସି ଆଚରଣ ସଂହିତାର ଧାରା 2.1.8 ଅନୁଯାୟୀ, ଏପରି ଆଚରଣ ଖେଳର ଆତ୍ମା ବିରୁଦ୍ଧରେ ଏବଂ ଖେଳର ପ୍ରତିଷ୍ଠା ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ। ୨୪ ମାସ ମଧ୍ୟରେ ଖେଳାଳିଙ୍କ ଆକାଉଣ୍ଟରେ ଚାରି କିମ୍ବା ତା’ଠାରୁ ଅଧିକ ଡିମେରିଟ୍ ପଏଣ୍ଟ ଜମା ହେଲେ କିଛି ମ୍ୟାଚ୍ ପାଇଁ ବାସନ୍ଦ ମଧ୍ୟ ହୋଇପାରେ।