ଅଦ୍ୟାବଧି ଚଳିତ ମହିଳା ଦିନିକିଆ ବିଶ୍ବକପ୍ରେ ପ୍ରାଧାନ୍ୟ ବିସ୍ତାର କରିଛି ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ। ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଭାବେ ଏହା କୌଣସି ମ୍ୟାଚ୍ ହାରିନାହିଁ। ଫର୍ମରେ ଥିବା ୭ ଥର ଚମ୍ପିଆନ୍ ଅଷ୍ଟ୍ରେଲିଆ ଗୁରୁବାର ଦ୍ବିତୀୟ ସେମିଫାଇନାଲରେ ଆୟୋଜକ ଭାରତକୁ ଭେଟିବ। ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ସର୍ବାଧିକ ୧୩ ପଏଣ୍ଟ ପାଇ ଶୀର୍ଷରେ ଥିବା ବେଳେ ଭାରତ ୭ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଥିଲା। ଏହା ସତ ଯେ ଭାରତକୁ ୪୫ ହଜାର ଘରୋଇ ଦର୍ଶକଙ୍କ ସମର୍ଥନ ମିଳିବ। ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୭୬ ରନ୍ରେ ୭ଟି ୱିକେଟ୍ ହରାଇଥିଲା। ଅବଶ୍ୟ ପରେ ବେଥ୍ ମୁନିଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ସହଜରେ ୧୦୭ ରନ୍ରେ ମ୍ୟାଚ୍ ଜିତି ନେଇଥିଲା। ତଥାପି ଅଷ୍ଟ୍ରେଲିଆକୁ ରୋକିବାକୁ ହେଲେ ଭାରତୀୟ ସ୍ପିନରଙ୍କୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡ଼ିବ। ଅଦ୍ୟାବଧି ପ୍ରଦର୍ଶନ ଓ ଫର୍ମକୁ ଦେଖି କହିହେବ ଯେ ଭାରତ ବିପକ୍ଷ ସେମିଫାଇନାଲରେ ଅଷ୍ଟ୍ରେଲିଆ ଫେଭରିଟ୍।
ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ
