ମୁମ୍ବାଇ: ବିଗବସ ଶୋ’ରେ ନଜର ଆସିବେ ସହିଦ ଯବାନ ବିନୟ ନରୱାଲଙ୍କ ପତ୍ନୀ ହମାଂଶୀ ନରୱାଲ । ପହଲଗାମ ଆକ୍ରମଣ ସମୟରେ ବଳିଦାନ ଦେଇଥିଲେ ବିନୟ ନରୱାଲ । ସେହି ଘଟଣା ସମୟରେରେ ହିମାଂଶୀ ନରୱାଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ନବଦମ୍ପତ୍ତି ବିବାହ ପରେ ପହଲଗାମ ବୁଲିବାକୁ ଯାଇଥିବା ସମୟରେ ଏପରି ଅଘଟଣ ଘଟିଥିଲା ।
ବର୍ତ୍ତମାନ ହିମାଂଶୀ ନରୱାଲଙ୍କୁ ବିଗବସ ରିଆଲିଟି ଶୋ ପାଇଁ ଅଫର୍ ମିଳିଥିବା ଶୁଣିବାକୁ ମିଳୁଛି । ବିଗ୍ ବସର ନିର୍ମାତା ହିମାଂଶୀଙ୍କୁ ଏହି ଶୋରେ ସାମିଲ କରିବା ପାଇଁ ଚାହୁଁଛନ୍ତି । ଯାହାର ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ ।

ଏହା ବ୍ୟତୀତ ଏହି ଶୋରେ ସଲମାନଙ୍କୁ ଦେଖିବାକୁ ମିଳିବ । ଯେଉଁଥିରେ ସେ କହିଥିଲେ ଯେ,ଏଥର ଘରର ସଦସ୍ୟମାନେ ସରକାର ଚଲାଇବେ ଓ ସେମାନେ ନିଷ୍ପତ୍ତି ନେବେ । କିନ୍ତୁ ଯଦି କିଛି ଭୁଲ ହୁଏ ସେଥି ପାଇଁ ସେମାନେ ଦାୟୀ ରହିବେ ।