ନବରଙ୍ଗପୁର ରାଇଘରରେ, 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେଡ଼ି

ନବରଙ୍ଗପୁର: ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେଡି ନବରଙ୍ଗପୁର ରାଇଘରରେ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ । ଏହା ପ୍ରଭାବରେ ରାଇଘରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟରେ ରାଜନୀତି ଜୋର ଧରିଛି । ବିଜେଡି କହୁଛି ଦିନକୁ ଦିନ ରାଜ୍ୟରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି । ବିଜେଡି କର୍ମୀ ମାନେ ସକାଳୁ ବିଭିନ୍ନ ଛକରେ ରାସ୍ତା ଅବରୋଧ କରି ବସିଥିବାର ଦେଖିବାକୁ ମିଳିଛି। ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ପ୍ରତିବାଦ। ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ଡାକରା ଦିଆଯାଇଛି।କୋଟିଏ ଟଙ୍କା କ୍ଷତିପୂରଣ ଦାବି କରିଛି ବିଜେଡି। ଅନ୍ୟପଟେ ଗାଁରେ ପହଞ୍ଚିଛି ନର୍ସିଂ ଛାତ୍ରୀଙ୍କ ମରଶରୀର । ୨୪ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ ପୀଡ଼ିତା ଛାତ୍ରୀ । ନବରଙ୍ଗପୁର ଜିଲ୍ଲା ରାଇଘର ନର୍ସିଂ ଛାତ୍ରୀଙ୍କ ଭୁବନେଶ୍ଵର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ମରଶରୀର ଗାଁ ମାଟି ଡୁମୁରିମୁଣ୍ଡାରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *