ଜନ୍ମଦିନର ୮ ଦିନ ପୂର୍ବରୁ ଫେରିଗଲେ ହ୍ୟୁମାନ

ହ୍ୟୁମାନ ସାଗରଙ୍କ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ତାଙ୍କର ଲିଭର୍‌ ଖରାପ ଥିବାବେଳେ କିଡ୍‌ନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।ଏହା ସହିତ ଅନ୍ୟ ମଧ୍ୟ ଅଙ୍ଗ ପ୍ରଭାବିତ ହୋଇ ଯାଇଥିଲା। ତାଙ୍କୁ ଭୁବନେଶ୍ବର ଏମ୍‌ସ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶନିବାର ହ୍ୟୁମାନ୍ ସାଗରଙ୍କ ମା’ କହିଥିଲେ, ତାର ଅଙ୍ଗ କାମ କରୁନି।  ଚିକିତ୍ସା ଲାଗି ସେ ରାଜ୍ୟ ବାହାରକୁ ନେବା ଲାଗି ଚିନ୍ତା କରୁଛନ୍ତି। ଏଥିଲାଗି ରାଜ୍ୟ ସରକାର ତାଙ୍କୁ ସହାୟତା କରିବାକୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *