ପୁରୀ: ଆଜି ପବିତ୍ର ପଞ୍ଚକର ଦ୍ୱିତୀୟ ଦିନ । ପଞ୍ଚକର ପ୍ରଥମ ଦିନରୁ ଶ୍ରୀମନ୍ଦିରରେ ଲାଗି ରହିଛି ପ୍ରବଳ ଭିଡ । ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡ଼ିଲେ ଭକ୍ତ । ପଞ୍ଚୁକ ପ୍ରଥମ ଦିନରେ ପୁରୀ ଅସମ୍ଭାଳ ଭିଡ଼ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିଜେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ସାରା ରାତି ମହାପ୍ରଭୁଙ୍କୁ ଦର୍ଶନ ଚାଲିଛି । ପଞ୍ଚକର ପ୍ରଥମ ଦିନରେ ଗତକାଲି ଶ୍ରୀମନ୍ଦିର ବାହାରେ ଠେଲାପେଲା ସ୍ଥିତି ଉପୁଜିବା ପରେ ସ୍ଥିତି ଯାଞ୍ଚ କରିଛନ୍ତି ଡିଜିପି । ପଞ୍ଚୁକର ଅବଶିଷ୍ଟ ୩ଦିନ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି ।
