ନୂଆପଡ଼ା ଉପନିର୍ବାଚନ ବିଜୟକୁ ନେଇ, ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରି ଏଥିରେ ହଜାର ହଜାର ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ । ଏହା ସହ ଏକାଧିକ ସଂଗଠନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳତା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି, କେନ୍ଦୁଝରିଆଙ୍କୁ ଅନେକ ଶୁଭେଛା । ଆପଣମାନେ ଖାଣ୍ଟି କେନ୍ଦୁଝରିଆ । ସୁନାର କେନ୍ଦୁଝର କରିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର । କେନ୍ଦୁଝରକୁ ସମୃଦ୍ଧ କରିବା, ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା ହେବ ଓ ଗରୀବ ହଟିବା ସହ ଆପଣଙ୍କର ବି ବିଶ୍ୱାସ ଅଛି ଏ ସରକାରଙ୍କ ଉପରେ I ସାରା ବିଶ୍ଵରେ କେନ୍ଦୁଝରକୁ ସର୍ବଶ୍ରେଷ୍ଠ କରିବାକୁ ହେବ । ତାହା ଆପଣମାନଙ୍କର ସହାଯ୍ୟ ଓ ସହଭାଗିତାରେ ହେବ । ବିଗତ ଦିନରେ ଯେଉଁ ସରକାର ନେତୃତ୍ୱ ନେଇଥିଲେ କେଉଁ ପରି ଭାବରେ ଆପଣ’ dmf, campa ଓ ombadc ପଇସାକୁ ଖର୍ଚ୍ଚ କଲେ ଆପଣମାନେ ଜାଣିଛନ୍ତି । କାହାକୁ ବି ଛଡାଯିବ ନାହିଁ ସମସ୍ତେ ଜେଲ ଯିବେ । ରିଙ୍ଗ ରୋଡ଼ର ଡ଼ିପିଆର ପ୍ରସ୍ତୁତ ଚାଲିଛି । ଏହି ଜିଲ୍ଲାରେ ଅହୁରୀ ଅଧିକ ପ୍ରକଳ୍ପ ହେବ । ଅନେକ ଯୁବକଯୁବତୀ ନିଯୁକ୍ତି ପାଇବେ । ତାସହ ୪୦ ହଜାର କୋଟି ଟଙ୍କାର ପାଟଣାରେ ଷ୍ଟିଲ ପ୍ଳାଣ୍ଟ ନିର୍ମାଣର ହେବ । ଆସନ୍ତା ମାସଠାରୁ ପବ୍ଳିକ ହିଅରିଂ, ଜମି ଅଧିଗ୍ରହଣ ଆଦି କାର୍ଯ୍ୟ ଆରମ୍ଭ ହେବ। ସମସ୍ତ ଶିଳ୍ପପତି ଓ ନିବେଶକାରୀମାନେ ଓଡ଼ିଶା ଓ କେନ୍ଦୁଝରକୁ ଆସିବେ । ଏହି ମାସ ୨୫ ତାରିଖ ଦିନ ୧୦ ହଜାର ପିଲା ନିଯୁକ୍ତି ମେଳାରେ ଚାକିରି ପାଇବେ । ଘାଗରା ଜଳପ୍ରପାତ ଉନ୍ନତି ପାଇଁ ୫୦ ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *