ରେଲୱେରେ କ୍ୟାରିୟର ଗଢିବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ୨୪୧୮ଟି ପଦବୀ ଖାଲି ପଡିଛି । ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୨ରୁ ଆରମ୍ଭ ହୋଇସାରିଛି । ଅଧିକ ବିବରଣୀ ପାଇଁ ଆବେଦନକାରୀ ରେଲୱେ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ।
ପଦବୀ : ୨୪୧୮
ଆବେଦନ ତାରିଖ : ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ
ବୟସ ସୀମା : ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି, ଏସଟିଙ୍କ ପାଇଁ ୫ବର୍ଷର ଛାଡ, ଓବିସିଙ୍କ ପାଇଁ ୩ ବର୍ଷ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ୧୦ ବର୍ଷ ଛାଡ ଦିଆଯିବ ।
ଶିକ୍ଷାଗତ ଯୋଗ୍ୟତା : ଦଶମରେ ୫୦% ମାର୍କ, +୨ ପାସ୍ ହୋଇଥିବା ଆବଶ୍ୟକ ଏବଂ NTC ମଧ୍ୟ ଥିବା ଜରୁରୀ
ଆବେଦନ ମୂଲ୍ୟ : ୧୦୦ ଟଙ୍କା ଆବେଦନ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଏବଂ ମହିଳାମାନଙ୍କ ପାଇଁ ଆବେଦନ ମୂଲ୍ୟ ଛାଡ କରାଯାଇଛି