ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ। ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗରେ ବିଜେଡିର ହଟ୍ଟଗୋଳ। ବିଜେଡି ଗୃହ ଚଳାଇ ଦେଉ ନଥିବା ଅଭିଯୋଗରେ କଂଗ୍ରେସର ପ୍ରତିବାଦ। ଠିଆ ହୋଇ ଅନୁରୋଧ କରିଥିଲେ ବାଚସ୍ପତି। ଅନୁରୋଧ ସତ୍ତ୍ୱେ ବି ନାରାବାଜି ଜାରି ରଖିଥିଲେ ବିରୋଧୀ। ଗୃହରେ ହଟ୍ଟଗୋଳ, ଆସନ୍ତା ଅପରାହ୍ନ ୪ଟା ପର୍ୟ୍ୟନ୍ତ ମୁଲତବି । ଆଜି ଗୃହ ଆରମ୍ଭରୁ ବିଜେଡି ବିଧାୟକ ମାନଙ୍କର ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡିଅମ୍ ପାଖରେ ବିଜେଡି ବିଧାୟକମାନଙ୍କ ପ୍ରତିବାଦ। ସେପଟେ କଂଗ୍ରେସ ବିଧାୟକମାନେ ମଧ୍ୟ ନିଜ ସିଟ ଉପରେ ଛିଡା ହୋଇ ହାତରେ ପ୍ଲା କାର୍ଡ ଧରି ପ୍ରତିବାଦ କରିଛନ୍ତି। ଅନ୍ୟପଟେ ବିଜେଡି ବିଧାୟକମାନେ ହାଉସର ୱେଲ ଭିତରକୁ ଆସି ସରକାର ବିରୋଧରେ ନାରା ଦେଇଛନ୍ତି। ସେପଟେ ପ୍ରଶ୍ନ ଉତ୍ତର କାର୍ୟ୍ୟକ୍ରମକୁ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ମାତ୍ର ୨୦ ମିନିଟ୍ ଚାଲିଲା ଗୃହ କାର୍ଯ୍ୟ।