ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର ସାରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରିବା ସହ କିଛି ସ୍ଥାନରେ ବର୍ଷା ସମୟରେ ବିଜୁଳି ଘଡ଼ଘଡ଼ି ସହ ପବନ ମଧ୍ୟ ହୋଇପାରେ। କେନ୍ଦୁଝର ଓ ମୟୂରଭଞ୍ଜରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଗରମ ଗୁଳୁଗୁଳିରୁ ମିଳିବ ଆଶ୍ବସ୍ତି। ସକ୍ରିୟ ଟ୍ରପ୍ ଲାଇନ୍ ପ୍ରଭାବରେ ସବୁ ଜିଲ୍ଲାରେ ବର୍ଷା ବଢିବ। ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କେନ୍ଦୁଝର ଓ ମୟୂରଭଞ୍ଜରେ ଅତିପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଣ୍ଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିଭଳି ଆସନ୍ତାକାଲି ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୬ଟି ଜିଲ୍ଲା ଯଥାକ୍ରମେ ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଅତିପ୍ରବଳ ବର୍ଷା ହେବ। ୮ ତାରିଖରେ ଉପକୂଳ ଓଡ଼ିଶାକୁ ଛାଡ଼ି ବାକି ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।