ମହୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଆୟୁର୍ବେଦ ଅନୁସାରେ ମହୁକୁ ସ୍ୱାସ୍ଥ୍ୟର ଭଣ୍ଡାର ବୋଲି ମଧ୍ୟ କୁହାଯାଏ। ମହୁରେ ଅନେକ ଗୁଣ ରହିଛି ଯାହା ଅନେକ ସମସ୍ୟାକୁ ଦୂର କରିଥାଏ। ଶୀତ ଦିନ ପାଇଁ ମହୁ ସେବନ ଖୁବ୍ ଲାଭକାରୀ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କେବଳ ସୁସ୍ଥ ରଖି ନଥାଏ ବରଂ ଏହା ସୁନ୍ଦରତା ବଜାୟ ରଖିବା ପାଇଁ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ମହୁରେ ଗ୍ଳୁକୋଜ, ଆଇରନ୍, ଫସଫେଟ୍, ସୋଡ଼ିୟମ୍, କ୍ଳୋରିନ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ଭରପୁର ମାତ୍ରାର ରହିଥାଏ । ଯାହା ଶରୀରକୁ ବ୍ୟାକ୍ଟେରିଆଠାରୁ ରକ୍ଷା କରିଥାଏ । ଏହାସହ ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଏଣ୍ଟିବାୟୋଟିକ୍, ଭିଟାମିନ୍ ବି୧ ଏବଂ ବି୧୬ ମଧ୍ୟ ଭରପୁର ମାତ୍ରାରେ ରହିଛି । ଯାହା ତ୍ୱଚାର ଚମକ ବଜାୟ ରଖିବା ସହ ସୁନ୍ଦରତା ବଢ଼ାଇବାରେ ସାହାଯ୍ୟ କରିଥାଏ । ଯଦି କାଶ ଲଗାତାର ହେଉଛି ତେବେ ଏଥିପାଇଁ ମହୁ ଲାଭଦାୟକ ହୋଇଥାଏ । ମହୁରେ ଥିବା ଆଣ୍ଟି ଇମଫ୍ଲୋମେଣ୍ଟାରୀ ଗୁଣ କାଶକୁ ରୋକିବାରେ ସାହାର୍ଯ୍ୟ କରିଥାଏ । ଏହା ଛଡ଼ା ବ୍ୟାୟାମ କରିବା ପୂର୍ବରୁ ଏକ ଚାମୁଚ ମହୁ ଖାଇଲେ ଥକାପଣକୁ ଦୂର କରେ । ଆପଣ ଚା’ରେ ଚିନି ବଦଳରେ ମହୁର ମଧ୍ୟ ବ୍ୟବହାର କରିପାରିବେ । ସାଧାରଣତଃ ଶୀତଦିନେ ଆମ ଦେହ ଶୁଖିଲା ଦିଶିଥାଏ । ତେଣୁ ଶୀତଦିନରେ ମହୁକୁ ମୁହଁରେ ହାଲୁକା ମସାଜ କରିବା ଉଚିତ । ଏହା ବ୍ୟତୀତ ଦାଗ ଏବଂ ଡ଼୍ରାଏନେସକୁ ମଧ୍ୟ କମ କରିବାରେ ସାହାର୍ଯ୍ୟ କରିବ । ମହୁର ସେବନ କରିବା ଦ୍ୱାରା ରକ୍ତରେ ପଲିଫୋନିକ୍ ଏଣ୍ଟିଅକ୍ସିଡ଼େନ୍ସର ମାତ୍ରା ବଢ଼ିଥାଏ । ଯାହା ଦ୍ୱାରା ହୃହରୋଗର ଆଶଙ୍କାକୁ କମ୍ କରିଥାଏ । କୋଲେଷ୍ଟ୍ରୋଲ ଥିବା ବ୍ୟକ୍ତିଙ୍କୁ ମହୁ ଖାଇବାକୁ ମଧ୍ୟ ଅନେକ ସମୟରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।
ମହୁରେ ଭରପୁର ଔଷଧୀୟ ଗୁଣ ରହିଥାଏ
