ଚାଇନାକୁ ଟାରିଫ ମାଡ

ଚୀନର ଆମଦାନୀ ସାମଗ୍ରୀ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ। ନଭେମ୍ବର ୧ତାରିଖରୁ ୧୦୦% ଟାରିଫ ଲାଗୁ କରାଯିବ। ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମରେ ଟ୍ରମ୍ପ ଘୋଷଣା କରିଛନ୍ତି ଚୀନରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ଅତିରିକ୍ତ ୧୦୦% ଟାରିଫ ଲାଗୁ କରାଯିବ। ଏହା ବର୍ତ୍ତମାନର ହାରାହାରି ୪୦% ଟାରିଫ ଉପରେ ଲାଗିବ । ଏହି ନିଷ୍ପତ୍ତି ଫଳରେ ମୋଟ ଟାରିଫ ହାର ୧୪୦% କୁ ବୃଦ୍ଧି ପାଇବ। ଏଥିସହିତ ଚୀନ ଦ୍ୱାରା ‘ରେୟାର୍ ଅର୍ଥ’ ଖଣିଜ ଉପରେ ରପ୍ତାନୀ ନିୟନ୍ତ୍ରଣ କଡ଼ାକଡ଼ି ହୋଇଛି । ଯାହା ଚୀନରୁ ଆମେରିକାକୁ ଆମଦାନୀ ହେଉଥିବା ବାର୍ଷିକ ୧୯୪ ବିଲିୟନ ମୂଲ୍ୟର ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ବିଭିନ୍ନ ଉପଭୋକ୍ତା ସାମଗ୍ରୀକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ନିୟନ୍ତ୍ରଣକୁ ପାଞ୍ଚଟି ନୂଆ ଉପାଦାନ ଏବଂ ଅନେକ ବିଶୋଧନ ପ୍ରଯୁକ୍ତିବିଦ୍ୟାକୁ ବୃଦ୍ଧି କରାଯାଇଛି । ଯେଉଁ ବିଦେଶୀ ସଂସ୍ଥାମାନେ ୦.୧% ରୁ ଅଧିକ ଚୀନ ସାମଗ୍ରୀ ବ୍ୟବହାର କରିବେ ସେମାନଙ୍କୁ ଏବେ ଲାଇସେନ୍ସ ନେବାକୁ ପଡିବ । ଏହାର ଲକ୍ଷ୍ୟ ହେଉଛି ଚୀନକୁ ଏଆଇ ଉପକରଣ, ଚିପ୍ ଏବଂ ସାଇବର ସୁରକ୍ଷା ପ୍ରଯୁକ୍ତିବିଦ୍ୟା ରପ୍ତାନୀ ବନ୍ଦ କରିବା ।

Leave a Reply

Your email address will not be published. Required fields are marked *