କଟକ, ୨୨/୦୭: ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ | ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ହାଇକୋର୍ଟଙ୍କ ଦ୍ୱାରା ନୋଟିସ ପଠାଯାଇଛି | ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟକଙ୍କୁ ଏହି ନୋଟିସ ଜାରି କରିଛନ୍ତି ହାଇକୋର୍ଟ | ପ୍ରତିପକ୍ଷ ଦିଲ୍ଲୀପ ରାୟଙ୍କ ମାମଲା ଆଧାରରେ ଅଦାଲତ ତାଙ୍କୁ ଏହି ନୋଟିସ କରିଛନ୍ତି | ଅଗଷ୍ଟ ୨୭ ତାରିଖରେ ମାମଲାରେ ପରବର୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି |
