ପ୍ରବଳ ବର୍ଷାରେ ବେହାଲ ମାୟନଗରୀ

ମୁମ୍ବାଇ : ପ୍ରବଳ ବର୍ଷାରେ ବେହାଲ ମାୟନଗରୀ । ଲଗାଣ ବର୍ଷା କାରଣରୁ ସହରର ସ୍ଥିତି ପୂରା ସଙ୍ଗୀନ ହୋଇପଡିଛି। ମୁମ୍ବାଇରେ ପ୍ରବଳ ବର୍ଷା ଲାଗିରହିଛି । ଏହି କାରଣରୁ ରେଳ ଟ୍ରାକ୍ ସମେତ ରାସ୍ତା ଘାଟ ଚାରିଆଡେ ଜଳବନ୍ଦୀ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଥମିବାର ନାମ ନେଉନି। ସେପଟେ ଆଜି ମଧ୍ୟ ଅତ୍ୟଧିକ ବର୍ଷା ପାଇଁ ମୁମ୍ବାଇକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି ହୋଇଛି। ଏଥିସହ ମୁମ୍ବାଇ ପ୍ରଶାସନ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଥିବା ବେଳେ ସ୍କୁଲ କଲେଜଗୁଡିକୁ ଛୁଟି ଘୋଷଣା କରିଛି । ମୁମ୍ବାଇର ବହୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ରାସ୍ତା ଉପରେ ପ୍ରାୟ ୩ରୁ ୪ ଫୁଟ୍ ଉଚ୍ଚର ପାଣି ବୋହୁଛି। ଏଥିପାଇଁ ସହରରେ ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ଜାମ ମଧ୍ୟ ଲାଗିଛି। ଯାହା ଦ୍ୱାରା ଯାତାୟାତ ସମ୍ପୂର୍ଣ ରୂପରେ ଠପ ହୋଇପଡିଛି।

Leave a Reply

Your email address will not be published. Required fields are marked *