ଲାଞ୍ଚ ନେଇ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ

ରାୟଗଡ଼ା : ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍ୱାସ୍ଥ୍ୟକର୍ମୀ । ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଜନ୍ମ ପ୍ରମାଣପତ୍ର ଦେବାକୁ ଜଣେ ଗରିବ ଚାଷୀଙ୍କ ଠାରୁ ନେଉଥିଲେ ଲାଞ୍ଚ । ସାର୍ଟିଫିକେଟ ଦେବା ପାଇଁ ସେ ୬ ହଜାର ଟଙ୍କା ମାଗିଥିଲେ । ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ। ଆଜି ଆଉ ୩ ହଜାର ଟଙ୍କା ନେବାବେଳେ ଧରିଥିଲା ଭିଜିଲାନ୍ସ । ପୂର୍ବରୁ ଏ ନେଇ ଚାଷୀ ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲା । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁଞ୍ଜ ବିହାରୀଙ୍କ ଲିଙ୍କରେ ଦୁଇଟି ସ୍ଥାନରେ ଚଢ଼ଉ କରୁଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *