ଧୋନିଙ୍କୁ ନେଇ ଏପରି କହିଲେ ହରଭଜନ

ପୁଣି ଏବେ ଚର୍ଚ୍ଚାରେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ | ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ପ୍ରଶ୍ନ ଉପରେ ମନ୍ତବ୍ୟ ଦେଇଥିବାରୁ ଏବେ ଖବରରେ ଅଛନ୍ତି। ବାସ୍ତବରେ, ନିକଟରେ ଜଣେ ପାକିସ୍ତାନୀ ପ୍ରଶଂସକ ‘ଏକ୍ସ’ରେ ଏକ ପ୍ରଶ୍ନ ପଚାରିଥିଲେ ଯେ ଏମଏସ ଧୋନି ଏବଂ ମହମ୍ମଦ ରିଜୱାନଙ୍କ ମଧ୍ୟରେ କିଏ ସବୁ ଠାରୁ ଭଲ ଖେଳାଳି? ଏହି ପ୍ରଶ୍ନକୁ ଦେଖି ହରଭଜନ ଏଥିରେ କ୍ରୋଧିତ ହେବାସହ ସୋସିଆଲ ମିଡିଆରେ କଡା ମନ୍ତବ୍ୟ ମଧ୍ୟ ଦେଇଥିଲେ| ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହରଭଜନ ସିଂଏଥିରେ ଲେଖିଛନ୍ତି,ଯେ ଏହା ଏକ ନିରର୍ଥକ ପ୍ରଶ୍ନ। ଭାଇମାନେ ଆପଣ ମାନେ ମୋତେ କୁହନ୍ତୁ । ଧୋନି ରିଜୱାନଠାରୁ ଆଗରେ ଅଛନ୍ତି ନା ରିଜୱାନ ଧୋନିଙ୍କ ଠାରୁ ଆଗରେ ଅଛନ୍ତି | ଆପଣ ଯଦି ନିଜେ ରିଜୱାନଙ୍କୁ ଏହି ପ୍ରଶ୍ନ ପଚାରନ୍ତି, ତେବେ ସେ ଆପଣଙ୍କୁ ଏକ ଭଲ ଉତ୍ତର ଦେବେ।ମୁଁ ରିଜୱାନଙ୍କୁ ପସନ୍ଦ କରେ, ସେ ଜଣେ ଭଲ ଖେଳାଳି ଏବଂ ଦଳକୁ ଜିତାଇବା ପାଇଁ ସର୍ବଦା ଖେଳନ୍ତି ବୋଲି କହିବା ସହ ଏହି ତୁଳନା ସମ୍ପୂର୍ଣ୍ଣ ଭୁଲ୍ ବୋଲି ସେ କହିଛନ୍ତି ।

ଆଜିର ଯୁଗରେ ମଧ୍ୟ ୱିକେଟ୍ କିପିଂ କ୍ଷେତ୍ରରେ ଧୋନିଙ୍କଠାରୁ ଭଲ କେହି ନାହାଁନ୍ତି।” କ୍ରିକେଟ୍ ଇତିହାସରେ ଏମ୍ଏସ୍ ଧୋନି ଅନ୍ୟତମ ସଫଳ ୱିକେଟ୍ କିପର ଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୫୩୮ଟି ମ୍ୟାଚରେ ସେ ମୋଟ ୮୨୯ ଥର ୱିକେଟ୍ କିପର ଭାବରେ କାର୍ଯ୍ୟ କରି ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ କରିଛନ୍ତି। ଧୋନି ତାଙ୍କ ଐତିହାସିକ କ୍ୟାରିୟରରେ ୧୯୫ ଥର ବ୍ୟାଟ୍ସମ୍ୟାନ୍ଙ୍କୁ ଷ୍ଟମ୍ପ୍ ଆଉଟ କରିଥିଲେ ଏବଂ ୱିକେଟ୍ ପଛରେ ଛିଡା ହୋଇଥିବା ବେଳେ ୬୩୪ କ୍ୟାଚ୍ ମଧ୍ୟ ନେଇଥିଲେ। ଅନ୍ୟପକ୍ଷରେ ମହମ୍ମଦ ରିଜୱାନ୍ ଏପର୍ଯ୍ୟନ୍ତ ୨୦୬ଟି ଆନ୍ତର୍ଜାତୀୟ ମ୍ୟାଚରେ ୨୦୧ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନକୁ ପଠାଇଛନ୍ତି। ତାଙ୍କ ନାମରେ ୧୭ଟି ଷ୍ଟମ୍ପିଂ ଏବଂ ୧୮୪ ଟି କ୍ୟାଚ୍ ଅଛି |

Leave a Reply

Your email address will not be published. Required fields are marked *