HAPPY WOMEN’S DAY

ଫୋକସ ପ୍ଲସ 8/3/23(ବ୍ୟୁରୋ):ନାରୀ ହେଉଛି ଏ ସଂସାରର ଭଗବାନଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି । ଯାହା ପାଖରେ ଏସଂସାରରେ ସବୁ ବନ୍ଧନକୁ ବାନ୍ଧି ରଖିବାର ସକ୍ଷମ ଥାଏ । ନାରୀର ଅନ୍ୟନାମ ତ୍ୟାଗ । ବାପା, ଭାଇ, ସ୍ୱାମୀ ଆଉ ପିଲାଙ୍କୁ ଟିକେ ଖୁସି ଦେବା ପାଇଁ ସେତାର ସର୍ବଶ୍ୱ ତ୍ୟାଗ କରିଦିଏ । ନିଜ ବାପଘର ପରିବାର ସହ ସମ୍ଭାଳିନଏ ଶାଶୁଘର ପରିବାରର ପୁରା ଦାୟିତ୍ୱ । ଦୁଇଟି ପରିବାର ଭିତରେ ଯୋଗସୂତ୍ର ବାନେ୍ଧ । ନାରୀ ସ୍ରଷ୍ଟାଙ୍କର ଏକ ଅନବଦ୍ୟ ସୃଷ୍ଟି । ତାଙ୍କର ଏକ ଅବର୍ଣ୍ଣନୀୟ ସୃଜନଶୀଳତା । ଘରକୁ ଯେତେବେଳେ କନ୍ୟା ସନ୍ତାନ ଟିଏ ଆସେ ସେତେବେଳେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି କୁହାଯାଏ । ନାରୀକୁ ସ୍ନେହ, ଶ୍ରଦ୍ଧା ଓ ସହନଶୀଳତାର \’ଦେବୀ\’ ବୋଲି ମଣାଯାଏ । ସୃଷ୍ଟି ପାଇଁ ତା\’ର ଅବଦାନ ଆଉ ଏକ ସ୍ରଷ୍ଟାଙ୍କ ସହ ସମତୂଲ ! ତା\’ର ଅବଦାନକୁ ବନ୍ଦନା ଆଉ ତାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ସମାଜରେ ମହିଳାଙ୍କୁ ସମାନ ଅଧିକାର, ପ୍ରତିଟି କ୍ଷେତ୍ରରେ ତା\’ର ଯୋଗଦାନ, ନ୍ୟାୟ ପ୍ରଦାନ ଏବଂ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଘରଠୁ ନେଇ ରାସ୍ତା-ଘାଟ, ସ୍କୁଲ୍-କଲେଜ, କର୍ମକ୍ଷେତ୍ର ସବୁ ସ୍ଥାନରେ ନାରୀକୁ ସହଯୋଗ ଓ ସମର୍ଥନ ଜଣାଇବାର ଶିକ୍ଷାଦିଏ ଏହି ଦିବସ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ।

Leave a Reply

Your email address will not be published. Required fields are marked *