କଟକ ଦୁର୍ଗା ପୂଜା ପାଇଁ ଆସିଲା ନିର୍ଦ୍ଦେଶନାମା

କଟକ : କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ରାସ୍ତା ଉପର ଦେଇ ନିର୍ମାଣ ହେବନି ତୋରଣ କିମ୍ବା ଲାଇଟ ଗେଟ । ବିଶେଷ କରି ଅଣଓସାରିଆ ରାସ୍ତା ପାଇଁ ଏହି ନିୟମ ଲାଗୁ କରାଯାଇଛି । ଆଜି ଆୟୋଜିତ ମହାନଗର ଶାନ୍ତି କମିଟି ବୈଠକରେ ଜିଲ୍ଲାପାଳ ପୂଜା କମିଟିଗୁଡ଼ିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମଣ୍ଡପର ସୁରକ୍ଷା ଓ ବିଦ୍ୟୁତ ନିରାପତ୍ତା ଏବଂ ଶ୍ରଦ୍ଧାଳୁଙ୍କ ଯିବା ଆସିବାରେ ଯେମିତି ଅସୁବିଧା ନ ହେବ ସେ ସବୁକୁ ସୁନିଶ୍ଚିତ କରିବେ ପୂଜା କମିଟି । ଏଥିପାଇଁ ପ୍ରତିଟି ପୂଜା କମିଟି ପ୍ରଶାସନ ନିକଟରେ ସତ୍ୟପାଠ ଦାଖଲ କରିବେ । ଯଦି ତୋରଣ ନିର୍ମାଣ କରାଯିବ ତେବେ ନିର୍ଦ୍ଧାରିତ ନକ୍ସା ପ୍ରଶାସନ ନିକଟରେ ଦାଖଲ କରିବାକୁ ପଡ଼ିବ। ଏହାର ଆଧାରରେ ପୂଜା କମିଟିମାନଙ୍କୁ NOC ପ୍ରଦାନ କରାଯିବ । ଏହାସହ ପୂଜାରେ ଡିଜେ, ୬୫ ଡେସିବିଲରୁ ଅଧିକ ଶବ୍ଦ ପ୍ରଦୂଷଣ, ଲେଜର ଲାଇଟ ଓ ଫାୟାର ଗନ ବ୍ୟବହାର ଉପରେ କଟକଣା ରହିବ । ସେପଟେ ଏଭଳି ନିର୍ଦ୍ଦେଶନାମାକୁ ପୂଜା କମିଟି ନାପସନ୍ଦ କରିଛି । ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମା ବିରୋଧରେ ଆବଶ୍ୟକ ପଡ଼ିଲେ କମିଟି ହାଇକୋର୍ଟ ଯିବାକୁ ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *