ସୌରଚାଳିତ ହେବ ସମସ୍ତ ସରକାରୀ କୋଠା । ରାଜ୍ୟର ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ରେସକୋ ମଡେଲରେ ତିଆରି ହେବ ଏହି ସୌରାଚାଳିତ କୋଠା । ଏପର୍ଯ୍ୟନ୍ତ ଦେଢ଼ ହଜାର ସରକାରୀ କୋଠା ଚିହ୍ନଟ ହୋଇଥିବା ସୂଚନା । ଓ଼ରେଡା ପକ୍ଷରୁ କରାଯାଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ସର୍ଭେ । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ କୋଠାରେ ଚାଲିଛି ଜୋରଶୋର ସର୍ଭେ ।
ସୌରଶକ୍ତିରେ ଚାଲିବ ସରକାରୀ କୋଠା
