ଆୟୁର୍ବେଦରେ ଅଦାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡିବୁଟି ଭାବରେ ଗଣାଯାଏ

ଔଷଧୀୟ ଗୁଣର ଭଣ୍ଡାର ହେଉଛି ଅଦା ଯାହା ଭୋକ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଥଣ୍ଡା ଏବଂ କାଶ ବ୍ୟତୀତ ଅଦା ଶ୍ୱାସ ଜନିତ ରୋଗ, ଗଣ୍ଠି ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଅଦାରେ ଅନେକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍, ମିନେରାଲ୍ସ, ଭିଟାମିନ୍ ବି ୩, ଭିଟାମିନ୍ ବି ୬ ଏବଂ ପୋଟାସିୟମ୍ ମଧ୍ୟ ରହିଥାଏ । ଏହାର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ।

  • ଅଦା ପାଣିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ବାନ୍ତି ହେବାର ସମସ୍ୟା ଦୂର ହୋଇଥାଏ । କୋଲେଷ୍ଟ୍ରଲକୁ କମ୍ କରିବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅଦାକୁ ଶୁଖାଇ ଗୁଣ୍ଡ କରି ଖାଇପାରିବେ।
  • ଅଦାର କାଡ଼ା ତିଆରି କରିବା ପାଇଁ ଅଦା, ଗୋଲମରିଚ, ଲବଙ୍ଗ ଏବଂ ଗୁଜୁରାତି ଏକ ଗ୍ଲାସ ପାଣିରେ ମିଶାଆନ୍ତୁ। ତା’ପରେ ଏହି ଜଳକୁ ଅଧା ହେବା ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ। ଏହା ପରେ, ଏହି ଜଳକୁ ପୁଣି ଫିଲ୍ଟର୍ କରନ୍ତୁ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ ଏବଂ ଶୀତଦିନେ ଘଟୁଥିବା ଥଣ୍ଡା, କାଶ ଭଳି ସମସ୍ୟାରୁ ଦୂରେଇ ରଖେ।
  • ଅଦାର ସୁପ୍ ପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ ଏଥିରେ ବ୍ରୋକଲି କିମ୍ୱା ଛତୁ ମିଶାଇପାରିବେ। ଏହାଦ୍ୱାରା ସୁପର ପୋଷକତତ୍ତ୍ୱ ବୃଦ୍ଧି ହୁଏ। ଏହି ସୁପ୍ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ଶକ୍ତି ଦେଇଥାଏ।
  • ଅନେକ ସମୟରେ ଲୋକମାନଙ୍କ ମାଂସପେଶୀରେ ଯନ୍ତ୍ରଣା ମଧ୍ୟ ଭୋଗିଥାନ୍ତି, ତେଣୁ ଏଥିଲାଗି ଅଦା ପାଣି ପିଅନ୍ତୁ । ମାଂସପେଶୀରେ ଯନ୍ତ୍ରଣା ସମସ୍ୟାରୁ ଆରାମ ମିଳିବ ।
  • ଯଦି ଆଚାର ଖାଇବାକୁ ଭଲ ପାଆନ୍ତି, ତେବେ ରୁଟି କିମ୍ବା ଭାତ ସହିତ ଅଦା ଆଚାର ଖାଇପାରିବେ।
  • ଅଧିକାଂଶ ଲୋକ କ୍ଷୀର ସହିତ ଅଦା ଚା’ କୁ ବହୁତ ପସନ୍ଦ କରନ୍ତି । ଏପରି ପରିସ୍ଥିତିରେ ଅଦାକୁ ଏକ ଗ୍ଲାସ ପାଣିରେ ପକାଇ ଭଲ ଭାବରେ ଫୁଟାନ୍ତୁ। ଏହା ପରେ ଏଥିରେ ଲେମ୍ବୁ ରସ ଏବଂ ମହୁ ମିଶାନ୍ତୁ। ଏହି ଚା’କୁ ଦିନକୁ ଦୁଇରୁ ତିନିଥର ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

Leave a Reply

Your email address will not be published. Required fields are marked *