ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘରର ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରେ ଘଟିଛି ଅଘଟଣ । ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରୁ ଲିକ୍ ହୋଇଥିବା ନାଇଟ୍ରୋଜେନ ଗ୍ୟାସ୍ ନିଶ୍ୱାସ ନେବାରୁ ଏଭଳି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ଘଟଣାଟି ମୁମ୍ବାଇରୁ ପ୍ରାୟ ୧୩୦ କିଲୋମିଟର ଦୂର ବୋଇସର ଶିଳ୍ପା ଅଞ୍ଚଳରେ ଅବସ୍ଥିତ ଫାର୍ମାସିଟ୍ୟୁକାଲ ଫାର୍ମାରେ ଘଟିଥିଲା । କମ୍ପାନୀର ପ୍ଲାଣ୍ଟ ନମ୍ବର F-13 ରେ ଔଷଧ ଉତ୍ପାଦନ ପ୍ରକ୍ରିୟା ସମୟରେ ନାଇଟ୍ରୋଜେନ୍ ଗ୍ୟାସ୍ ଲିକେଜ୍ ହୋଇଥିଲା । ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣକ ଅବସ୍ଥା ଗୁରୁତର ରହିଛି । ମୃତକମାନେ ହେଲେ କମଲେଶ ଯାଦବ, କଳ୍ପେଶ ରାଉତ, ଧୀରଜ ପାୱାର ଏବଂ ବାଙ୍ଗାଲି ଠାକୁର ଅଛନ୍ତି । ନାଇଟ୍ରୋଜେନ ଗ୍ୟାସ ଲିକ୍ ହେବାରୁ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ।
ଫାର୍ମା କମ୍ପାନୀରୁ ଗ୍ୟାସ୍ ଲିକ୍
