ଭୁବନେଶ୍ୱର: ପାଖେଇ ଆସିଲାଣି ଅଗ୍ରପୂଜ୍ୟ ଗଣେଷ ପୂଜା । ଗଣେଷ ପୂଜା ପରଠୁ ଆରମ୍ଭ ହେଇଯିବ ପାର୍ବଣର ଋତୁ । କାରିଗରମାନେ ଶ୍ରୀଗଣେଷଙ୍କ ମୂର୍ତ୍ତି ତିଆରିରେ ନିମଗ୍ନ । କାରିଗରଙ୍କ ଦ୍ୱାରା ନୂଆ ନୂଆ ଡିଜାଇନର ମୂର୍ତ୍ତି ତିଆରି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ମୂର୍ତ୍ତି କାରିଗରଙ୍କ ହାତକୁ ଜମାରୁ ଫୁରସତ ନାହିଁ । ସବୁଠି ଚାଲିଛି ବିଘ୍ନବିନାଶକଙ୍କ ମୂର୍ତ୍ତି ଗଢା । କିଏ ମାଟି ଚକଟି ଛଣ ବାନ୍ଧୁଛି ତ କିଏ ତୁଳୀରେ ରଙ୍ଗ କରିବାରେ ବ୍ୟସ୍ତ । ପୂଜାକୁ ମାତ୍ର ଆଉ ଅଳ୍ପ କେତେ ଦିନ ରହିଥିବା ବେଳେ ମୂର୍ତ୍ତି ତିଆରି କାର୍ଯ୍ୟ ସାରିବା ପାଇଁ କାରିଗର ମାନେ ଦିନରାତି ଏକ କରିଦେଇଛନ୍ତି । ଏକ ଫୁଟ ମୂର୍ତ୍ତି ଠାରୁ ଆରମ୍ଭ କରି ୧୨/୧୪ଫୁଟ ଉଚ୍ଚତା ପର୍ଯ୍ୟନ୍ତ ମୂର୍ତ୍ତି ତିଆରି କରାଯାଉଛି । ଛୋଟରୁ ବଡ ମୂର୍ତ୍ତି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦରରେ ମଧ୍ୟ ରହିଛି । ଆଗକୁ ଗଣେଷ ପୂଜା, ବିଶ୍ୱକର୍ମା ପୂଜା ରହୁଥିବାରୁ ମୂର୍ତ୍ତି କାର୍ଯ୍ୟ ଶେଷ କରିବାକୁ କାରିଗରମାନେ ଲାଗିପଡିଛନ୍ତି । କାରିଗରଙ୍କର ତୁଳୀର ସ୍ପର୍ଶରେ ଜୀବନ୍ତ ଲାଗୁଛି ପ୍ରଭୁ ଗଣେଷଙ୍କ ମୂର୍ତ୍ତି ।
ପାଖେଇ ଆସିଲାଣି ଗଣେଷ ପୂଜା
