କୋଦଳା କଲ୍ୟାଣୀ ମଣ୍ଡପ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

କୋଦଳା,୨୨/୦୯: ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ସମସ୍ତ ସ୍ୱଚ୍ଛ କର୍ମଚାରୀଙ୍କ ପାଇଁ କୋଦଳା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁନିଅର ସାନିଟାଇଜ ଏକ୍ସପର୍ଟ ଚନ୍ଦ୍ରକାନ୍ତ ମାରାଣ୍ଡିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏବଂ ସମ୍ମାନିତ ଅତିଥି ଭାବେ କୋଦଳା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଯୋଗ ଦେଇଥିଲେ। ସମାଜକୁ ସ୍ୱଚ୍ଛ ରଖିବା ଯେତିକି ଜରୁରୀ, ନିଜକୁ ସ୍ୱଚ୍ଛ ଆଉ ନିରୋଗ ରଖିବା ମଧ୍ୟ ସେତିକି ଜରୁରୀ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ। ସମସ୍ତ ପ୍ରମୁଖ ପରିମଳ କର୍ମଚାରୀ, ପରିମଳ ସାଥି, ସ୍ୱଚ୍ଛକର୍ମୀ ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବଣ୍ଟନ କରାଯାଇଥିଲା। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡାକ୍ତର ଆଦିତ୍ୟ ପ୍ରସାଦ ସାହୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିବା ସହ ସମସ୍ତ ସ୍ୱଚ୍ଛ କର୍ମଚାରୀ ମାନଙ୍କୁ ନେଇ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନା ବିଶେଷ କରିଥିଲେ l

ସୂଚନା ଅନୁଯାୟୀ, ସ୍ୱଚ୍ଛ କର୍ମଚାରୀ ମାନେ ବିଭିନ୍ନ ସମୟରେ ଅନେକ ଅପରିଷ୍କାର ଜାଗା ସଫା କରି ନିଜେ ରୋଗଗ୍ରସ୍ତ ହେଉଛନ୍ତି l ତେଣୁ କେମିତି ସେମାନେ ନିଜେ ସୁସ୍ଥ ରହିବେ ସେ ନେଇ ମଧ୍ୟ ତାଙ୍କୁ ସଚେତନ କରାଯାଇଥିଲା l

Leave a Reply

Your email address will not be published. Required fields are marked *