କେନ୍ଦୁଝର ବନ ବିଭାଗ ଓ ପୋଲିସ ମିଳିତ ଭାବେ ହାତୀ ଦାନ୍ତ ଚୋରା ଚାଲାଣ ଗୋଷ୍ଠୀକୁ ସଫଳତାର ସହ ଧରିଛନ୍ତି। ସୂଚନା ଆଧାରରେ ତଳକାଇପୁରରେ ତିନୋଟି ହାତୀ ଦାନ୍ତ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ରାତି ୯ଟା ରେ ତଳକାଇପୁର କ୍ରସର ନିକଟରେ ପେଟ୍ରୋଲିଂ ସମୟରେ, ଅଧିକାରୀମାନେ ଏକ ଗୋଷ୍ଠୀର ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ। ସେମାନଙ୍କ ନିକଟକୁ ଯିବା ପରେ, ଅନେକ ସନ୍ଦିଗ୍ଧ ବ୍ୟକ୍ତି ଖସିଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଘଟଣାସ୍ଥଳରୁ ତିନିଟି ହାତୀ ଦାନ୍ତ ଥିବା ଏକ ଧଳା ପ୍ଲାଷ୍ଟିକ୍ ବ୍ୟାଗ ସହିତ କଟକ ଆଲିଶା ବଜାରର ବୀରକିଶୋର ବେହେରା, ଅନୁଗୁଳ ଜିଲ୍ଲା ପାରାବିଲ ଅଞ୍ଚଳର ଅରୁଣ କୁମାର ସାହୁ ଓ ପ୍ରତାପ ବେହେରାଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ଜଣେ ଖସି ଚାଲିଯାଇଥିବାରୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ ଚାଲିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଏଫଓ ।
ହାତୀ ଦାନ୍ତ ଚୋରାଚାଲାଣ ବେଳେ ମାଡିବସିଲା ବନ ବିଭାଗ
