ଭାରତୀୟ ସଂସ୍କୃତିକୁ ଆପଣେଇଲେ ବିଦେଶୀ

ଭାରତରେ ପ୍ରତେକ ଲୋକ ଆଧୁନିକତାକୁ ଅଧିକମାତ୍ରାରେ ଆପଣେଇଛନ୍ତି। କାରଣ ‌ସେମାନେ ଏହାକୁ ଫ୍ୟାସନ୍ ବୋଲି ଭାବୁଛନ୍ତି। ଆମେରିକାରେ ପ୍ରାୟତଃ ଲୋକମାନେ ବାସ୍ତବ‌ତାକୁ ଗ୍ରହଣକଲେଣି ଏବଂ ଆଧ୍ୟାତ୍ମିକତାକୁ ଆପଣେଇଲେଣି। ସେ ଆମ ସଂସ୍କୃତି ପରମ୍ପର‌କୁ ଖୁବ୍ ଆନନ୍ଦର ସହିତ ପାଳନ କରୁଛନ୍ତି। ଶାଢି ପିନ୍ଧିବା ଠାରୁ ଆରମ୍ଭ କରି ଠାକୁର ପୂଜା,ସଂକୀର୍ତ୍ତନ,ଭଗବାନଙ୍କ ନାମ ଜପ ମଧ୍ୟ କରୁଛନ୍ତି। ମଣିଷ ଯେତେବେଳେ ସବୁ ଇଛାକୁ ପୁରଣ କରିଦିଏ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଭଗବାନଙ୍କ ସରଣକୁ ଜୀବାକୁ ଚାହେଁ ବା ଆଧ୍ୟାତ୍ମିକତା ଆଡକୁ ଗତିକରେ। କହିବାର କାରଣ ଭାରତ ଠାରୁ ଆମେରିକା ୧୦୦ ଗୁଣରେ ଆ‌ଗରେ। ଯେଉଁ ଅତ୍ୟାଧୁନିକ ଭାରତରେ ଏବେଯାଏଁ ଆରମ୍ଭ ହୋଇ ନାହିଁ ସେଠାରେ ଲୋକେ ତାହା ବ୍ୟବହାର କରିସାରିଲେଣି। ପ୍ରତେକ ଲୋକେ ପ୍ରଥମେ ଖରାପ ଗୁଣକୁ ଆଗେ ଗ୍ରହଣ କରନ୍ତି।

ସେହିଭଳି ଆଧୁନିକତାରମାନେ ଲୋକେ ଛୋଟ ଛୋଟ ପୋଷାକ, ପାଶ୍ଚାତ୍ୟ ଜୀବନ‌ଶୈଳି, ଖାଦ୍ୟ, କଥାବାର୍ତ୍ତ, ଚାଲିଚଳଣ ସବୁକୁ ଆମେ ପରିବର୍ତ୍ତନ କରିସାରିଲେଣି। ଏହା କୌଣସି ଭୁଲ ନୁହେଁ ଉନ୍ନତ ଚିନ୍ତାଧାରା ରଖିବା ଏହା ଭଲ। କିନ୍ତୁ ଆମେ ଆ‌ମ ସଂସ୍କୃତିକୁ ସଂପୂର୍ଣ ଛାଡିଦେଇ ପାଶ୍ଚାତ୍ୟକୁ ଏତେମାତ୍ରାରେ ଆପଣେଇବା ଠିକ୍ ନୁହେଁ । ଆମ ଦେଶରେ ବିବାଘର ମାନେକୁ ‘ସାତ ଜନ୍ମର ସାଥୀ’ ବୋଲିକୁହନ୍ତି।ଏବେ ତାହା ସଂପୂର୍ଣ ଅଲଗା ସ୍ବାମୀ ଓ ସ୍ତ୍ରୀଙ୍କର ବିଚ୍ଛେଦର ମାତ୍ର ବଢିବାରେ ଲାଗିଛି। ଏହା କୌଣସି ଫ୍ୟାସନ୍ ବା ଷ୍ଟାଇଲ୍ ନୁହେଁ। ତାଙ୍କ ଠାରୁ ଅନୁପ୍ରେରିତ ହୋଇ ଆମେ ପ୍ରଥମ ମାସ, ଦ୍ଵିତୀୟ ମାସ ପ୍ରଥମ ବର୍ଷ ବିଭାହ ବାର୍ଷିକ ପାଳନକରିଥାଉ। ସେମାନେ ମଧ୍ୟ୍ୟ ଜଗନ୍ନାଥଙ୍କୁ ବହୁତ ବିଶ୍ଵାସ କରନ୍ତି । ତେଣୁ ଆଧୁନିକ ଓ ଆଧ୍ୟାତ୍ମିକତା ଉଭୟ ସନ୍ତୁଳିତ ରଖିବା ଆବଶ୍ୟକ। ଯେଉଁ ପିଲାମାନେ ବାହାର ଦେଶରେ ରହୁଛନ୍ତି ସେମାନେ ତାଙ୍କ ପରମ୍ପରା, ସଂସ୍କୃତି, ମାତୃଭା‌ଷା ଜାଣିଥିବା ଦରକାର ଏବଂ ଗୌରବ କରିବା ଦରକାର ।

Leave a Reply

Your email address will not be published. Required fields are marked *