ଶିକ୍ଷକଙ୍କ ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ରୀ ଗୁରୁତର

ଜୁନାଗଡ ବ୍ଲକ ଚିଙ୍ଗୁଡ଼ିସର୍ ପ୍ରାଥମିକ ବିଦ୍ୟାଳୟରୁ ଆସୁଛି ଏକ ସମ୍ବେଦନଶୀଳ ଘଟଣା। ଶିକ୍ଷକଙ୍କ ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ରୀ ଗୁରୁତର ହୋଇ ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଗତ କାଲି ସ୍କୁଲର ସହକାରୀ ଶିକ୍ଷକ ପଙ୍କଜ ସେନାପତି ମାଡ ମାରିଥିବା ଅଭିଯୋଗ କରିଛନ୍ତି ନିଜେ ଛାତ୍ରୀ ଓ ଅଭିଭାବକ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ରୋହିତ ସିଂକୁ ପଚାରିବାରୁ ଆଜି ଛୁଟି ଅଛି ବୋଲି ବିଭିନ୍ନ ପ୍ରକାର ଆଳ ଦେଖାଇ ପ୍ରତିକ୍ରିୟା ଦେବା ପାଇଁ ମନା କରିଥିଲେ। ତେବେ, ଜୁନାଗଡ ଶିକ୍ଷା ବିଭାଗ ଏ ଘଟଣା ଉପରେ ତଦନ୍ତ କରି କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *