ଅଫିସ କାର୍ଯ୍ୟାଳୟରେ ଲାଗିଲା ନିଆଁ

ଛତ୍ରପୁର: ଛତ୍ରପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଲାଗିଲା ନିଆଁ । ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ । ନିଆଁରେ ହୁତୁ ହୁତୁ ହୋଇ ଅଫିସର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର, କମ୍ପୁଟର, ପ୍ରିଣ୍ଟର ଭଳି ଅନେକ ଜିନିଷ ଜଳି ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକମାନେ ଅଫିସ ଭିତରୁ ନିଆଁ ବାହାରୁଥିବାର ଦେଖି ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ । ତାଲା ପଡ଼ିଥିବା ହେତୁ ନିଆଁ ଲିଭାଇବାରେ ବିଳମ୍ବ ହେବାରୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସନ୍ଦେହ କରାଯାଉଛି ସର୍ଟ ସର୍କିଟରୁ ନିଆଁ ଲାଗିଥାଇପାରେ ।

Leave a Reply

Your email address will not be published. Required fields are marked *