ଚାଷୀଙ୍କୁ ମିଳିବ ପିଏମ୍ କିଷାନର ୨୧ତମ କିସ୍ତି । ଆଉ ଦୁଇଦିନ ପରେ ମିଳିବ ଏହି ଟଙ୍କା । ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ୨୧ତମ କିସ୍ତି ଜାରି ହେବ। ସାରା ଦେଶରେ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ କୃଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ୨୧ତମ କିସ୍ତି ଡିବିଟି ମାଧ୍ୟମରେ ପ୍ରଦାନ କରିବେ । ଏଥିରେ କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କୁ ବର୍ଷକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ଡିବିଟି ପ୍ରଦାନ କରାଯାଉଛି । କିଛି ରାଜ୍ୟରେ ୨୧ତମ କିସ୍ତି ପୂର୍ବରୁ ଜାରି ହୋଇଛି। ଏହା ମଧ୍ୟରେ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ କାଶ୍ମୀର ସମିଲ ରହିଛି । ତେବେ ୨ ଅଗଷ୍ଟରେ ଏହି ଯୋଜନାର ୨୦ତମ କିସ୍ତି ଜାରି ହୋଇଥିଲା । ଏଥିରେ ୯.୭ କୋଟି କୃଷକଙ୍କ ଆକାଉଣ୍ଟରେ ୨୦.୮୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ଚାଷୀଙ୍କୁ ମିଳିବ ପିଏମ୍ କିଷାନର ୨୧ତମ କିସ୍ତି
