ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ, ବନବିଭାଗ ଓ ରେଳ ବିଭାଗ ଦୁହିଁଙ୍କ ଅବହେଳା ଯୋଗୁଁ ନିରୀହ ହାତୀଟିର ଜୀବନ ଯାଇଥିବା ଲୋକେ ଅଭିଯୋଗ ଆଣିଛନ୍ତି । ଯଦି ବନବିଭାଗ ରେଳବିଭାଗକୁ ହାତୀର ସୂଚନା ଠିକ ସମୟରେ ଦେଇଥାନ୍ତା ତେବେ ହୁଏତ ହାତୀଟି ଆଜି ବଞ୍ଚିଯାଇଥାନ୍ତା, କିମ୍ବା ଯଦି ଆଗୁଆ ରେଳ ଫାଟକ ଜଗୁଆଳି ଟ୍ରେନକୁ କିଛି ସିଗନାଲ ଦେଇ ଅଟକେଇ ପାରିଥାନ୍ତେ ତେବେ ହୁଏ ତ ହାତୀ ଜୀବନଟି ଆଜି ବଞ୍ଚି ପାରିଥାନ୍ତା । ତେବେ ଘଟଣା ଘଟିବା ଘଣ୍ଟେ ପୂର୍ବରୁ ବେତନଟୀ ରେଞ୍ଜ ପକ୍ଷରୁ କାହାରି ଦେଖା ନଥିଲା କି ଘଟଣା ଘଟିବାର ଘଣ୍ଟେ ପରେ ମଧ୍ୟ କାହାରି ଦେଖା ନଥିଲା, ତେବେ ପ୍ରଶାସନ ଅଧିକାରୀମାନେ ତଦନ୍ତ ହେଉଥିବା କହି ଦୋଷକୁ ଲୁଚେଇବାକୁ ଚେଷ୍ଟା କରିଛନ୍ତି। ସକାଳେ ମୃତ ହାତୀଟିକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଶେଷ ଦର୍ଶନ କରିଥିଲେ। ବନବିଭାଗ ପକ୍ଷରୁ ହାତୀଟିକୁ କ୍ରେନ ସାହାଯ୍ୟରେ ଉଠାଇ ଟ୍ରକ ଯୋଗେ ବାରିପଦା ରେଞ୍ଜ ଜଙ୍ଗଲକୁ ନିଆ ଯାଇ ସେଠାରେ ପୋଷ୍ଟ ମୋର୍ଟମ ହେବା ପରେ ପୋତି ଦିଆଯବ ବୋଲି ସୂଚନା ମିଳିଛି।
ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣା
