ଲାଇଭ କରି ରାତି ପିଛା ୪ଲକ୍ଷ ରୋଜଗାର…!

ଆଜିକାଲିକା ଦୁନିଆରେ ସୋସିଆଲ ମିଡ଼ିଆ ଗୋଟେ ଏମିତି ଏକ ପ୍ଲାଟ୍ଫର୍ମ ଯେଉଁଠାରୁ ଲୋକମାନେ ଟଙ୍କା ଟଙ୍କା ନିଶାରେ ଘୁରି ବୁଲୁଛନ୍ତି । ଟଙ୍କା ରୋଜଗାର କରିବା କାହାକୁ ବା ପସନ୍ଦ ନୁଁହ କଣ ଆପଣମାନେ ଜାଣିଛନ୍ତି ଆପଣମାନେ ଶୋଇକି ବି ରାତି ପିଛା ୪ ଲକ୍ଷ ରୋଜଗାର କରିପାରିବେ ଲାଇଭ ଭିଡିଓ କରିକି ହଁ ଆଂଜ୍ଞା କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୂତ୍ଜୀଲେ ମଧ୍ୟ ସତ l 
     ଟଙ୍କା ରୋଜଗାର କରିବା ପାଇଁ ଲୋକମାନେ ନିଜର ଅଳସୁଆ ଓ ନିଦକୁ ତ୍ୟାଗ କରୁଛନ୍ତି । କିନ୍ତୁ କେହି ଯଦି କୁହେ କି ଶୋଇବା ପାଇଁ ବି ଆପଣ ଟଙ୍କା ପାଇବେ, ତେବେ ରୋଜଗାର କରିବା କେତେ ସହଜ ହୁଅନ୍ତା । ଏବେ ଲୋକମାନେ ଶୋଇ ଟଙ୍କା ରୋଜଗାର କରୁଥିବାର ଟ୍ରେଣ୍ଡ ଚାଲୁଥିବାର ଦେଖିବାକୁ ମିଳିଛି । ବହୁ କମ୍ପାନୀ ଲୋକଙ୍କୁ ଶୋଇବା ପାଇଁ ଟଙ୍କା ଦେଉଛନ୍ତି ।
     ଯେତେବେଳେ ଟ୍ୱିଚ୍ ବ୍ୟବହାରକାରୀମାନେ ଶୋଇଥା’ନ୍ତି ସେତେବେଳେ ତାଙ୍କର ଲାଇଭ୍ ଷ୍ଟ୍ରିମିଂ ହୋଇଥାଏ ଓ ସେମାନଙ୍କର ଅନୁଗାମୀମାନେ ସେମାନଙ୍କୁ ଟଙ୍କା ଦେଇଥାନ୍ତି । ଏହା ମାଧ୍ୟମରେ ପ୍ରତ୍ୟେକ ଟ୍ୱିଚ୍ ବ୍ୟବହାରକାରୀ ଗୋଟିଏ ରାତିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆମେରିକାରେ ଅବସ୍ଥିତ ଏକ ଭିଡିଓ ନିର୍ମାତା କହିଛନ୍ତି ଯେ ସେ ଗୋଟିଏ ରାତିରେ ଶୋଇବାର ଲାଇଭ୍ ଷ୍ଟ୍ରିମିଂ କରି ୫,୬୦୦ ଡଲାର ବା ପ୍ରାୟ ୪,୧୪,୦୦୦ ଟଙ୍କା ରୋଜଗାର କରିଛନ୍ତି ।

ତେବେ ଅନଲାଇନ୍ ସପିଂ ୱେବସାଇଟ୍ ହେଉଛି ଆମାଜନର ନିଜସ୍ୱ କମ୍ପାନୀ ହେଉଛି ଟ୍ୱିଚ୍ । ଏହି ଲାଇଭ୍ ଷ୍ଟ୍ରିମିଂ କମ୍ପାନୀର ସମଗ୍ର ବିଶ୍ୱରେ ପ୍ରାୟ ୧୫୦ ନିୟୁତ ଉପଭୋକ୍ତା ଅଛନ୍ତି । ଏହି ୱେବସାଇଟରେ, ଉପଭୋକ୍ତାମାନେ ଶୋଇବା ସହିତ ଦିନରେ ଯାହା କରନ୍ତି ତାହା ଭିଡିଓ କିମ୍ବା ଲାଇଭ୍ ଷ୍ଟ୍ରିମିଂ କରିପାରିବେ । ଟ୍ୱିଟର ବ୍ୟବହାରକାରୀ ସେସିଲା ଆନାସ୍ତାସିଓ ଟ୍ୱିଟ୍ କରିଛନ୍ତି ଯେ, ଆପଣ ଏହି ୱେବସାଇଟରେ ଖେଳ, ଚାଟିଂ କିମ୍ବା କୌଣସି ପାର୍ଟିର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରିପାରିବେ । ପ୍ରତିବଦଳରେ ଆପଣ ଟଙ୍କା ରୋଜଗାର କରିପାରିବେ ।

Leave a Reply

Your email address will not be published. Required fields are marked *