କଟକ: ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । ମାସକ ପରେ ମା’ ଦୁର୍ଗା ଧରାବତରଣ କରିବେ ଭୂପୃଷ୍ଠରେ । ଏନେଇ ସବୁଆଡ଼େ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସମଗ୍ର ଦେଶରେ ନବରାତ୍ରି ଏବଂ ଦୁର୍ଗାପୂଜାକୁ ଧୂମଧାମରେ ପାଳନ କରାଯାଏ । ପୂଜା ପାଇଁ ଚାଲିଛି ମଣ୍ଡପ ନିର୍ମାଣ କାର୍ଯ୍ୟ । ତେବେ କଟକରେ ଏହି ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ ଏବେଠୁ ବେଶ୍ ତତ୍ପର ହୋଇଉଠିଛନ୍ତି ସମସ୍ତ ପୂଜା ପେଣ୍ଡାଲ । ଚଳିତ ବର୍ଷ ନୂଆ ନୂଆ ଥିମର ସାଜସଜ୍ଜାକୁ ନେଇ ଉତ୍ସହାମୁଖର କଟକ ସହର । ସେପଟେ କୋଲକାତାରେ ମଧ୍ୟ୍ୟ ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । କୋଲକାତାରେ ଦୁର୍ଗା ପୂଜାକୁ ନେଇ ବିଶେଷ କ୍ରେଜ ରହିଥାଏ । ଏହି ସମୟରେ ଭିନ୍ନ ଭିନ୍ନ ଥିମର ପେଣ୍ଡାଲ ଖୁବ ଚର୍ଚ୍ଚାରେ ରହିଥାଏ । କଟକ ଦୁର୍ଗାପୂଜା କେବଳ ଦେଶ ନୁହେଁ ଦେଶ ବାହାରେ ବି ପ୍ରସିଦ୍ଧି ଲାଭ କରିଛି । ଆଉ ଏହି ସମୟରେ ଲୋକଙ୍କ ଗହଳି ବି ବେଶ ଜମେ । କଟକବାସୀ ଯେମିତି ଚାହିଁ ରହିଥାନ୍ତି ଏହି ପୂଜାକୁ । ପୂଜା ଆରମ୍ଭ ହେବା ମାତ୍ରେ ଭକ୍ତଙ୍କ ମନରେ ଯେମିତି ଖୁସିର ଲହରୀ ଆସିଥାଏ ।
ପାଖେଇ ଆସିଲାଣି ଦୁର୍ଗା ପୂଜା
