ଡିଆରପି ବିଷ୍ଣୁ ଶକ୍ତି ଚାରିଟି ଟ୍ରଷ୍ଟ ପକ୍ଷରୁ ୫୦ଜଣ ଅସହାୟ ମଣିଷଙ୍କୁ କମ୍ବଳ ପ୍ରଦାନ କରିବା ସହ କିଛି ଖାଦ୍ୟର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଅସହାୟଙ୍କୁ ସାହାଯ୍ୟ କରିବା ଏବଂ ବିଭିନ୍ନ ସେବା ମୂଳକ କାର୍ଯ୍ୟରେ ଓଡ଼ିଶାର ସୁନାମଧନ୍ୟ ଅଗ୍ରଣୀ ଅନୁଷ୍ଠାନ ଡିଆରପି ବିଷ୍ଣୁ ଶକ୍ତି ଚାରିଟି ଟ୍ରଷ୍ଟ ଆଜି ପର୍ଯ୍ୟନ୍ତ ନିଜର ପ୍ରୟାସରେ ଅନେକ ଅସହାୟଙ୍କ ମୁହଁରେ ହସ ଫୁଟେଇ ପାରିଛନ୍ତି। ଏହି ପ୍ରୟାସରେ ଗତକାଲି ରାତି ୮ ଟାରୁ ମଧ୍ୟରାତ୍ରି ୪ଟା ମଧ୍ୟରେ ଭୁବନେଶ୍ଵରର ରେଳ ଷ୍ଟେସନ, କ୍ୟାପିଟାଲ ହସ୍ପିଟାଲ ଏବଂ ରାସ୍ତା କଡରେ ଶୋଇଥିବା ଅନେକ ଅସହାୟଙ୍କ ମଧ୍ୟରେ କମ୍ବଳ ବଣ୍ଟନ କାର୍ଯ୍ୟଟି ଅନୁଷ୍ଠାନର ମେମ୍ବରମାନେ ଅତି ସୁଚାରୁ ରୂପେ ସମ୍ପାଦନ କରିଛନ୍ତି। ଚାରିଟି ବା ଅନୁଷ୍ଠାନର ପ୍ରତିଷ୍ଠାତା ରଞ୍ଜୁକ୍ତା କୁମାରୀ ବେହେରା, ଉପ ପ୍ରତିଷ୍ଠାତା ଦିଲ୍ଲୀପ ଜେନା, ସସ୍ମିତା ରାୟ, ଅନ୍ତର୍ଯ୍ୟାମୀ ସାହୁ, ଦୀପା ସାହୁ, ମାନସ ରଞ୍ଜନ ଥାଟୋଇ, କେ ଗୋବିନ୍ଦ ରାଓ, ହରିହର ମୁଦୁଲି ଇତ୍ୟାଦି ସମସ୍ତ ଟିମ୍ ର ମେମ୍ବରମାନେ ଏହାକୁ ସମାପନ କରିବାରେ ସଫଳ ହୋଇଛନ୍ତି। ଏହି ସୁନାମ ଧନ୍ୟ ଚାରିଟି ଟ୍ରଷ୍ଟର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ପ୍ରତିଷ୍ଠାତା, ଉପପ୍ରତିଷ୍ଠାତା ସମସ୍ତଙ୍କ ଅବଦାନ ଓ ନିଜ ନିଜର ଖର୍ଚ୍ଚରୁ କିଛି ଅଂଶ ଏକ ଠାବ କରି ଏହି ସୁନ୍ଦର୍ ପ୍ରୟାସ କରିଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜୁକ୍ତା ବେହେରା କହିଛନ୍ତି, ଯଦି ସେବା କରିବାର ମନଭୂତି ଥାଏ ତେବେ ପଇସାର କିଛି ଆବଶ୍ୟକ ନାହିଁ କେବଳ ଇଚ୍ଛା ଶକ୍ତି ଆଉ ନିଃସ୍ଵାର୍ଥପର ସମାଜସେବା କ୍ଷେତ୍ରରେ ଆଗକୁ ବଢ଼ାଇବା ହିଁ ଆମ ଅନୁଷ୍ଠାନର ସମସ୍ତ ମେମ୍ବରଙ୍କର ପ୍ରୟାସ ଓ ଲକ୍ଷ୍ୟ ।
