ଭୁବନେଶ୍ୱର : ଡ୍ରେନ୍ ସମସ୍ୟା ପାଇଁ ଅଭିନବ ଉପାୟରେ ବିଏମ୍ସି କାର୍ଯ୍ୟାଳୟରେ ପ୍ରତିବାଦ ଜଣାଇଲେ ବସ୍ତିବାସିନ୍ଦା । ବିଏମ୍ସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ୪୫ନଂ ୱାର୍ଡ ଶବର ସାହିର ବାସିନ୍ଦା। ଗତକାଲି ବିଏମ୍ସି କାର୍ଯ୍ୟାଳୟରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଘଟିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ପାଖାପାଖି ୬୦୦ ମିଟର ଡ୍ରେନର କାମ ସମ୍ପୂର୍ଣ ନହୋଇ ଅଧାରେ ଅଟକିଛି । କାର୍ଯ୍ୟରତ ଅଫିସରଙ୍କ ଅବହେଳା ପାଇଁ ଡ୍ରେନ କାମ ହୋଇପାରୁ ନାହିଁ । ଏଥିପାଇଁ ଡ୍ରେନ୍ ପାଣି ଯାଇ ସ୍ୱରେଜ୍ ଲାଇନ୍ରେ ପଶୁଛି। ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ପଶିଯାଉଛି । ବାରମ୍ବାର ଗୁହାରି ଜଣାଇବା ସତ୍ତ୍ୱେ ବିଏମ୍ସି ଡ୍ରେନ୍ କମ କରୁନି। ବର୍ଷା ହେଲେ ସ୍ଥିତି ଆହୁରି ସଙ୍ଘାତିକ ହେଉଛି। ଘରେ ମଳ ପାଣି ପଶିବା ଯୋଗୁ ଲୋକେ ନା’ ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି। ଡ୍ରେନ୍ କାମ ହେଉନଥିବାରୁ ଏଭଳି ପ୍ରତିବାଦ ପନ୍ଥାକୁ ଆପଣାଇଥିଲେ ଶବର ସାହିର ବାସିନ୍ଦା। ଅନ୍ୟପଟେ ଡ୍ରେନ୍ ର ତୁରନ୍ତ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମ୍ସସି ଅଧିକାରୀ ।
